ନୂତନ ମଣ୍ଡଳ ସଭାପତି ଉମାକାନ୍ତ ମହାନ୍ତ |କେନ୍ଦୁଝର ଜିଲ୍ଲା ଝୁମ୍ପୁରା ମଣ୍ଡଳରେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ସାଙ୍ଗଠନିକ ନିର୍ବାଚନ ପର୍ବ ନୂତନ ବର୍ଷ ୨୦୨୫ ପାଇଁ ବୁଥ ସ୍ତରୀୟ ଓ ମଣ୍ଡଳ ସ୍ତରୀୟ ସଭାପତି ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମ ରାଷ୍ଟ୍ରୀୟ , ରାଜ୍ୟସ୍ତରୀୟ , ଜିଲ୍ଲାସ୍ତରୀୟ,ମଣ୍ଡଳସ୍ତରୀୟ ଓ ବୁଥ ସ୍ତରୀୟ ନିର୍ବାଚନ ଅଧିକାରୀ ନିଯୁକ୍ତି କରିଛନ୍ତି | ଉକ୍ତ ଅଧିକାରୀ ବୁଥ ବିଧି ଅନୁଯାଇ ରାଷ୍ଟ୍ରକୁ ଯୁବନେତୃତ୍ୱ ଓ ଦକ୍ଷ ନେତୃତ୍ୱ ପାଇଁ ନୂତନ ଭାବେ ଆହ୍ୱାନ କରିଅଛନ୍ତି | ତେଣୁ କେନ୍ଦୁଝର ଜିଲ୍ଲା ଝୁମ୍ପର ମଣ୍ଡଳ ୧୭ ନମ୍ୱର ଜୋନ ର ଯୁବ ଓ ଦକ୍ଷ ନେତୃତ୍ୱ ଦାୟିତ୍ଵ ଉମାକାନ୍ତ ମହନ୍ତ ଙ୍କୁ ନିର୍ବାଚିତ କରିଛନ୍ତି |
ତେଣୁ ମଣ୍ଡଳ ଅଧିକୃତ ସମସ୍ତ କାର୍ଯ୍ୟକର୍ତା ଉମାକାନ୍ତ ମହନ୍ତ ଙ୍କୁ ସୁଭେଛା ଓ ଅଭିନନ୍ଦନ ବାର୍ତା ପଠାଉ ଅଛନ୍ତି | ରାଜ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଉକ୍ତ ଦାୟିତ୍ଵ କୁ ମୋହର ମାରି ଥିବାରୁ ଝୁମ୍ପୁରା ମଣ୍ଡଳ ଅଧିକୃତ ଖୁଣ୍ଟାପଡା ଗ୍ରାମ ପଞ୍ଚାୟତ ବାସିନ୍ଦା କେନ୍ଦୁଝର ଜିଲ୍ଲା ଆଦିବାସୀ ମୋର୍ଚା ସାଧାରଣ ସମ୍ପାଦକ ତଥା ପାଟଣା ବିଧାୟକ ଶ୍ରୀ ଅଖିଳ ଚନ୍ଦ୍ର ନାଏକ ଙ୍କ ଝୁମ୍ପୁରା ବ୍ଲକ ମନରେଗା ଯୋଜନା ପ୍ରତିନିଧି ଶ୍ରୀ ମାଟୁରାମ୍ ମୁଣ୍ଡା ସ୍ୱାଗତ ,ଶୁଭେଚ୍ଛା, ଅଭିନନ୍ଦନ ଓ ଧନ୍ୟବାଦ ଅର୍ପଣ କରିଛନ୍ତି | ଆଜି ଶ୍ରୀ ମାଟୁରାମ୍ ମୁଣ୍ଡା ବ୍ଲକ ଗଷ୍ଠୀ ଉର୍ଣ୍ଣୟନ ଅଧିକାରୀ , ଝୁମ୍ପୁରା ଥାନା ଆଇ.ଆଇ.ସି ଅଧିକାରିଣୀ ,କ୍ରୁଷିଅଧିକାରୀ ଝୁମ୍ପୁରା ଏବଂ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ , ଉମାକାନ୍ତ ମହନ୍ତ ଙ୍କ ନୂତନ ମଣ୍ଡଳ ସଭାପତି ଭାବେ ପରିଚୟ କରାଇଛନ୍ତି | ସାଥିରେ ବିଦୁତ ବିଭାଗ ଏମ.ପି ପ୍ରତିନିଧି ଶ୍ରୀ ପୁଷ୍ପ କୁମାର ମହନ୍ତ ,ଡାକ୍ତର ଖାନା ଏମ.ପି ପ୍ରତିନିଧି ଶାନ୍ତନୁ କୁମାର ସେଠି , ପାନୀୟ ଜଳ ଯୋଗାଣ ଏମ.ପି. ପ୍ରତିନିଧି ଶ୍ରୀ ପ୍ରଶ୍ନ କୁମାର ନାୟକ , କେନ୍ଦୁଝର ଜିଲ୍ଲା ସଂଖ୍ୟାଲଘୁ ମୋର୍ଚା ଏମ.ପି. ପ୍ରତିନିଧି ମଜହର ହୁସେନ ,ଝୁମ୍ପୁରା ବ୍ଲକ ଶିକ୍ଷା ବିଭାଗ ଏମ.ପି. ପ୍ରତିନିଧି ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀ ବିଜୟାନନ୍ଦ ବେହେରା, ଗୁମୁରା ମଣ୍ଡଳ ଯୁବ ମୋର୍ଚା ସଭାପତି ମଳୟ ରଞ୍ଜନ ମହାନ୍ତ, ଝୁମ୍ପୁରା ମଣ୍ଡଳ ଯୁବ ମୋର୍ଚା ସଭାପତି କୁନ୍ଦନ କାରୁଆ ଉପସ୍ଥିତ ଥିବା ବେଳେ ବର୍ଷିଆନ ଝୁମ୍ପୁରା ବ୍ଲକ ଏମ.ପି. ପ୍ରତିନିଧି ଶ୍ରୀ ପଞ୍ଚାନନ ସାହୁ ସମସ୍ତ ମାର୍ଗ ଦର୍ଶନ କରିଛନ୍ତି | ଶ୍ରୀ ଉମାକାନ୍ତ ମହାନ୍ତ ଉକ୍ତ ଦାୟିତ୍ୱ ପାଇଁ ନିର୍ବାଚିତ ହୋଇଥିବାରୁ ଜିଲ୍ଲା ସଭାପତି,ରାଜ୍ୟ ସଭାପତି ,ନିର୍ବାଚନ ଅଧିକାରୀ ଏବଂ ଭାରତୀୟ ଜନତା ପାର୍ଟିର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ଓ ସେ କହିଛନ୍ତି ଯେ କଠିନ ରୁ କଠିନ ତମ ପରିଶ୍ରମ , ସମୟ ଦେଇ ରାଷ୍ଟ୍ର ହିତରେ କାମ କରିବେ | ପରିଶେଷରେ ଜିଲ୍ଲା ଆଦିବାସୀ ମୋର୍ଚ୍ଚା ସାଧାରଣ ସମ୍ପାଦକ ଶ୍ରୀ ମାଟୁରାମ ମୁଣ୍ଡା ଙ୍କ ସହିତ ଦୀର୍ଘ ଦଶ ବର୍ଷ ଧରି ବିଭିର୍ଣ୍ଣ କ୍ଷେତ୍ରରେ କାର୍ଯ୍ୟ କରିଥିବାରୁ , ଶ୍ରୀ ମାଟୁରାମ ମୁଣ୍ଡା ଙ୍କୁ ପ୍ରସଂଶା ଓ ଧନ୍ୟବାଦ ଅର୍ପଣ କରିଛନ୍ତିରଞ୍ଜନ ବେହେରା ଙ୍କ ରିପୋର୍ଟ