: ଛତିଶଗଡ଼ ସରେଇପାଲି ଥାନାରେ ସ୍ଵର୍ଗତ ନବ ଦାସଙ୍କ ପୁଅ ଓ କିର୍ମିରା ବ୍ଳକର ସମିତି ସଭ୍ୟ ଏବଂ ସରପଞ୍ଚଙ୍କୁ ଅଟକ ରଖାଯାଇଥିବା ଏକ ଭିଡିଓ ମାଧ୍ୟମରେ କହିଛନ୍ତି ଵିଶାଲ ଦାସ। ଏନେଇ ସେ ରାଜ୍ୟ ସରକାର ଓ ଉତ୍ତରାଞ୍ଚଳ ଆଇ.ଜି.ଙ୍କୁ ଏଭଳି ଅଗଣତାନ୍ତ୍ରୀକ କାର୍ଯ୍ୟ ନକରିବା ପାଇଁ କହିଛନ୍ତି।ସୂଚନାନୁସାରେ ଆଜି ଝାରସୁଗୁଡ଼ା ଜିଲ୍ଲା କିର୍ମିରା ପଞ୍ଚାୟତ ସମିତିର ଅଧ୍ୟକ୍ଷା କୃଷ୍ଣପ୍ରିୟା ସାହୁଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାଇଁ ଆସନ୍ତାକାଲି ଭୋଟିଂ ହେବ। ଏହାକୁ ଆଖି ଆଗରେ ରଖି ପୁଲିସ୍ ଅଜ୍ଞାତବାସରେ ଥିବା ସରପଞ୍ଚ ଓ ସମିତି ସଭ୍ୟମାନଙ୍କୁ ନେଇ ଛତିଶଗଡ଼ର ସରେଇପାଲି ଥାନାରେ ଅଟକ ରଖିଛନ୍ତି ବୋଲି ଅଭିଯୋଗ ହୋଇଛି।
/ January 20, 2025
No Comments