ପ୍ରବାସୀ ଭାରତୀୟ ସମ୍ମିଳନୀ : ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ରାଷ୍ଟ୍ରପତି
ଭୂବନେଶ୍ବର,୧୦/୦୧ : ଜନତା ମଇଦାନରେ ୩ଦିନ ଦେବ ଅନୁଷ୍ଠିତ ପ୍ରବାସୀ ଭାରତୀୟ ସମ୍ମିଳନର ଉଦଯାପନୀ ସମାରୋହରରେ ଯୋଗ ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସମ୍ମିଳନୀରେ ରାଷ୍ଟ୍ରପତିଙ୍କୁ ସ୍ବାଗତ କରିଥିଲେ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର । ପ୍ରବାସୀ ଭାରୀତୀୟ ଦିବସ ସମ୍ମେଳନ ଅନ୍ତିମ ଦିନରେ ବିଶେଷ କାର୍ଯ୍ୟକ୍ରମ ରହିଛି ।
ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ନାରୀଙ୍କ ଶକ୍ତି ଏବଂ ପ୍ରଭାବର ଉତ୍ସବ ଓ ସଂସ୍କୃତି ସମ୍ପର୍କ ଏବଂ ଆତ୍ମୀୟତାର ଗାଥା କାର୍ଯ୍ୟକ୍ରମ ରହିଛି । ୨୭ ଜଣ ପ୍ରବାସୀ ଭାରତୀୟଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିବା ସହ ପ୍ରବାସୀଙ୍କ ଅବଦାନ ସମ୍ପର୍କରେ ଅଭିଭାଷଣ ରଖିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଜନତା ମଇଦାନରେ ୩ ଦିନ ଚାଲିଥିବା ପ୍ରବାସୀ ଭାରୀତୀୟ ଦିବସ ସମ୍ମେଳନ ଆଜି ଶେଷ ଦିନ ।