ଭୂବନେଶ୍ୱର, ୦୯/୦୧ : ଯୁକ୍ତ ଦୁଇ ପରୀକ୍ଷାରେ କପି ରୋକିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନୂତନ ପଦକ୍ଷେପ ଗ୍ରହଣ କରାଯାଇଛି । କପି ରୋକିବାକୁ ଜିଲ୍ଲାସ୍ତରୀୟ ସ୍କ୍ଵାର୍ଡ ଗଠନ ହେବ । ବଡ ଜିଲ୍ଲାରେ ୨ଟି ଏବଂ ଛୋଟ ଜିଲ୍ଲାରେ ଗୋଟିଏ ସ୍କାର୍ଡ ନିୟୋଜିତ ହେବ । ଉକ୍ତ ଟିମ୍ ପରୀକ୍ଷା ପରିଚାଳନା ଉପରେ ନଜର ରଖିବ ।ଯୁକ୍ତ ୨ ପରୀକ୍ଷାରେ କପି ରୋକିବାକୁ ଗଠନ ହେବ ଜିଲ୍ଲାସ୍ତରୀୟ ସ୍କ୍ଵାର୍ଡ।ଏ ନେଇ ସୂଚନା ଦେଇଛନ୍ତି ସିଏଚଏସଇ ଅଧ୍ୟକ୍ଷ ଡକ୍ଟର ପ୍ରଶାନ୍ତ ପରିଡା। ସମସ୍ତ ଖର୍ଚ୍ଚ ସିଏଚଏସଇ ବହନ କରିବ । ପରୀକ୍ଷାର୍ଥୀଙ୍କ ସମ୍ପର୍କୀୟ ଯେପରି ପରୀକ୍ଷା ପରିଚାଳନାରେ ରହିବେ ନାହିଁ, ସେଥିପ୍ରତି ଦୃଷ୍ଟି ଦିଆଯିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷ କହିଛନ୍ତି । ଏହା ସହିତ ସମସ୍ତ ପରୀକ୍ଷା କେନ୍ଦ୍ର ଗୁଡିକରେ ସିସିଟିଭି କ୍ୟାମେରା ଲଗାଯିବାକୁ ବ୍ୟବସ୍ଥା କରାଯାଇଥିବା ଅଧ୍ୟକ୍ଷ କହିଛନ୍ତି ।
/ January 20, 2025
No Comments