ଭୂବନେଶ୍ବର, ୧୦/୦୧ : ଜମିଜମା ସଂକ୍ରାନ୍ତୀୟ ମାମଲାର ଫଇସଲା ପାଇଁ ଲାଞ୍ଚ ନେଉଥିଲେ ଏଆରଆଇ । ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଖୋର୍ଦ୍ଧା ଜିଲ୍ଲା ଚିଲିକା ତହସିଲ ଅଧିନସ୍ଥ ସୋରଣ ଏଆରଆଇ କୈଳାଶ ଚନ୍ଦ୍ର ବେହେରା ଭିଜିଲାନ୍ସ ଜାଲରେ ଫସିଥିବା ଜଣାପଡିଛି । ସୋରଣ ଏଆରଆଇ କୈଳାଶ ଚନ୍ଦ୍ର ବେହେରା ବସୁନ୍ଧରା ଯୋଜନା ଅଧିନରେ ଥିବା ଜମିଜମା ସଂକ୍ରାନ୍ତୀୟ ମାମଲାର ଫଇସଲା ଲାଞ୍ଚ ମାଗିଥିଲେ ।
ଆଉ ଅଭିଯୋଗକାରୀ ୨୦ ହଜାର ଟଙ୍କା ଲାଞ୍ଚ ଦେବା ବେଳେ ମାଡ଼ି ବସିଲା ଭିଜିସାନ୍ସ । ପୂର୍ବରୁ ଏନେଇ ଅଭିଯୋଗକାରୀ ଭିଜିଲାନ୍ସକୁ ଜଣାଇବା ପରେ ଯୋଜନା ମୁତାବକ ଅଭିଯୋଗକାରୀ ଟଙ୍କାକୁ ଲାଞ୍ଚ ଆକାରରେ ଦେଉଥିଲେ । ଆଉ ସେହି ସମୟରେ ଲାଞ୍ଚ ଟଙ୍କା ସହ ଧରାପଡିଛନ୍ତି ଏଆରଆଇ ।