ଢେଙ୍କାନାଳ ମହିଳା ମହାବିଦ୍ୟାଳୟ ଢେଙ୍କାନାଳ ର ‘ ସୁବର୍ଣ୍ଣ ଜୟନ୍ତୀ ‘ କ୍ରୀଡାଉତ୍ସବ
ଆଜି ତା ୧୧. ୦୧. ୨୦୨୫ ରିଖ ଦିନଠାରେ ଉଦଯାପନ ଉତ୍ସବ ଅନୁଷ୍ଠିତ ହୋଇଯାଛି। ମହାବିଦ୍ୟାଳୟ ର ଅଧ୍ୟକ୍ଷା ମହୋଦୟା ଡ. ଶକୁନ୍ତଳା ଜେନା କ୍ରୀଡା ସମ୍ପର୍କ ବହୁ ମୂଲ୍ୟବାନ ବାର୍ତ୍ତା ଛାତ୍ରୀ ମାନଙ୍କୁ ପ୍ରଦାନ କରି ଉତ୍ସାହିତ କରାଇଥିଲେ। ଏଥିରେ ମୁଖ୍ୟ ଅତିଥି ରୂପେ ଶ୍ରୀଯୁକ୍ତ ଭିକାରୀ ଚରଣ ରାଉତ ରିଟାୟାଡ ସିବିଆଇ ଜଜ୍ ଏବଂ ପ୍ରେସିଡେଣ୍ଟ ଜି. ବି ମହାବିଦ୍ୟାଳୟ ଢେଙ୍କାନାଳ, ଶ୍ରୀଯୁକ୍ତ ଉପେନ୍ଦ୍ର କୁମାର ରାଉତ, ଛାତ୍ରୀ ମାନଙ୍କ ପାଇଁ ପ୍ରେରଣା ପର୍ବତାରୋହୀ ବିଭାରଣୀ ପାତ୍ର ତଥା ଇଞ୍ଜିନିୟର ସୌମ୍ୟବ୍ରତ ସାହୁ ପ୍ରମୁଖ ଯୋଗ ଦେଇ ଉତ୍ସବଟିକୁ ଉତ୍ସବମୁଖରିତ କରିଥିଲେ। ଉକ୍ତ କ୍ରୀଡା ରେ ଚମ୍ପିୟାନ ହୋଇଥିଲେ +୩ ଦ୍ୱିତୀୟ ବର୍ଷ ଓଡ଼ିଆ ବିଭାଗ ଛାତ୍ରୀ କୁମାରୀ ପୂଜା ନାୟକ। ଏହି ଉତ୍ସବରେ ମୁଖ୍ୟ ଅତିଥି କ୍ରୀଡା ର ଉପାଦେୟତା ତଥା ତା’ର ଭବିଷ୍ୟତ ସମ୍ପର୍କ ରେ ଛାତ୍ରୀମାନଙ୍କୁ ଅବଗତ କରାଇଥିଲେ। ମହାବିଦ୍ୟାଳୟ ର ଅଧ୍ୟାପକ ଉଦ୍ଧବ ମଲ୍ଲିକ, ଶ୍ରୀଯୁକ୍ତ ପଙ୍କଜ ବାରିକ, ଶ୍ରୀଯୁକ୍ତ ତାପସ କୁମାର ଜେନା, ଅଧ୍ୟାପିକା ଡ. ଅନିତା ବେହେରା, ଡ. ଯଯାତି କିଶୋର ପ୍ରଧାନ , ଲୀନା ଗନ୍ତାୟତ, କ୍ରୀଡା ଶିକ୍ଷକ ମନ୍ଦରଧର ସାମଲ ଏଥି ସଂଗେ ସଂଗେ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ ଅଧ୍ୟାପିକା ତଥା ସମସ୍ତ କର୍ମଚାରୀ ଏହି ଉତ୍ସବରେ ସହଯୋଗ କରିଥିଲେ