ଶ୍ରୀ ଶ୍ରୀ ସ୍ବାମୀ ନିଗମାନନ୍ଦ ସରସ୍ବତୀ ପରମହଂସ ଦେବଙ୍କ ପିଠରେ ପୈଷ ପୃର୍ଣ୍ଣିମା ପାଳିତ
ଯାଜପୁର _ ଆଳି ବ୍ଳକ ଅନ୍ତର୍ଗତ ନମୈଜା ଠାରେ ସ୍ଥାପିତ ୨୦୦୫ ମସିହାରେ ହୋଇଥିବା ଶ୍ରୀ ଶ୍ରୀ ସ୍ବାମୀ ନିଗମାନନ୍ଦ ସରସ୍ବତୀ ପରମହଂସ ଦେବଙ୍କ ପ୍ରବଦିତ ନମୈଜା ସାରସ୍ଵତ ସଂଘ ର ପୈଷ ପୃର୍ଣ୍ଣିମା ମହାସମାରୋହରେ ସମ୍ମାନର ସହ ପାଳିତ ହୋଇଯାଇଛି। ଏଠାରେ ପ୍ରତି ପୃର୍ଣ୍ଣିମାରେ ଠାକୁରଙ୍କ ଗୁରୁ ପୂଜନ,ବନ୍ଦନା,ଭଜନ କୀର୍ତ୍ତନ ସହିତ ଦ୍ବିତୀୟ ଅଧିବେଶନରେ ନିୟମ ଅନୁଯାୟୀ ଭକ୍ତଙ୍କ ସହିତ ଭାବ ବିନିମୟ ହୁଏ । ସମସ୍ତ ଜଗତ କିଭଳି ଭଲରେ ରହିବେ ସେ ବିଷୟରେ ଠାକୁରଙ୍କ ପାଖରେ ପ୍ରାର୍ଥନା କରାଯାଇଥାଏ ।ପ୍ରତି ପୃର୍ଣ୍ଣିମାରେ ମା ମାନେ ଆସନ୍ତି ମନ୍ଦିରକୁ।ପୈଷ ପୃର୍ଣ୍ଣିମା ହେଉଛି ଦେବାଭିଷେକ ପୂର୍ଣ୍ଣିମା।ପ୍ରତି ପୃର୍ଣ୍ଣିମାରେ ୯ ଖଣ୍ଡ ଗ୍ରାମର ଭକ୍ତମାନେ ଆସି ଗୁରୁ ଗିତା ପାଠ, ଭଜନ କୀର୍ତ୍ତନ ସହିତ ପ୍ରସାଦ ସେବନ କରିଥାନ୍ତି।ସମସ୍ତ କାର୍ଯ୍ୟକ୍ରମକୁ ନମୈଜା ସାରସ୍ଵତ ସଂଘ ର ମୁଖ୍ୟ ସ୍ରଷ୍ଟା ଓ ମୁଖ୍ୟ ଉପଦେଷ୍ଟା ସମାଜସେବୀ ତଥା ଇଞ୍ଜିନିୟରି ପରୋପକାରି ନିଳାଦ୍ରୀ ଭୁଷଣ ମହାପାତ୍ର, ସଭାପତି ପ୍ରଦୀପ୍ତ କୁମାର ମହାପାତ୍ର, ସଂପାଦକ ବିନୋଦ ଚନ୍ଦ୍ର ଦାସ,ଉପ ସଭାପତି ରବିନ୍ଦ୍ର କୁମାର ସ୍ବାଇଁ,ସଭ୍ୟ ଦୃର୍ଗା ପ୍ରସନ୍ନ ଜେନା ଓ ଭକ୍ତ ଯଶୋବନ୍ତ ନାୟକ ପ୍ରମୁଖଙ୍କ ତତ୍ବାବଧାନରେ ପାଳନ କରାଯାଇ ଥାଏ।
ଯାଜପୁର ରୁ ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ