ଦେଶୀବନ୍ଧୁକ କାରବାର ଅଭିଯୋଗରେ ଦୁଇଜଣକୁ ଗିରଫକଲା ଚମ୍ପୁଆ ପୋଲିସ – ବନ୍ଧୁକ ଜବତ
କେନ୍ଦୁଝର ……. କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅର୍ନ୍ତଗତ କୋଦଗାଡିଆ ନିକଟରେ ଚୋରା ଦେଶୀ ବନ୍ଧୁକ କାରବାରରେ ସମ୍ପୃକ୍ତ ଦୁଇ ଜଣଙ୍କୁ ଗିରଫ କରିଛି ଚମ୍ପୁଆ ପୋଲିସ।ଆଜି ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ଚମ୍ପୁଆ ପୋଲିସ କୋଦଗାଡିଆ ନିକଟରେ ପେଟ୍ରୋଲିଂ କରୁଥିବା ସମୟରେ ଏକ ବାଇକରେ ଯାଉଥିବା ଦୁଇ ଜଣକୁ ଅଟକ ରଖି ତଦନ୍ତ କରିବା ପରେ ପୋଲିସ ଏମାନଙ୍କ ନିକଟରୁ ଦୁଇଟି ଦେଶୀ ବନ୍ଧୁକ,ଦଶଟି ଜିବନ୍ତ ଗୁଳି ଜବତ୍ କରିଛି। ଏଥିସହିତ ଏମାନେ ବ୍ୟବହାର କରୁଥିବା ଏକ ହିରୋ ମଟର ସାଇକେଲ,ଦୁଇଟି ମୋବାଇଲ କୁ ପୋଲିସ ଜବତ କରିଛି। ଗିରଫ ଦୁଇ ଜଣ ହେଲେ ଝାଡ଼ଖଣ୍ଡ ଗିରିଡିହି ଜିଲ୍ଲା କୁନ୍ଦଲଓ୍ବାଧ ର ଖଲିଦ ଆନସାରି ଓ ଜଗନ୍ନାଥପୁର ଥାନା ବରଲା ଗ୍ରାମ ର କମଳା କାନ୍ତ ମହାନ୍ତ ବୋଲି ସୂଚନା। ପଚରା ଉଚୁରା ପରେ ଏମାନେ ଚୋରା ବନ୍ଧୁକ କାରବାର ସହ ସୁଯୋଗ ମିଳିଲେ ଡକାୟତି କରୁଥିବା ପୋଲିସ ଜାଣିବାକୁ ପାଇଛି । ଏମାନଙ୍କ ବିରୋଧରେ ପୋଲିସ ମାମଲା ରୁଜୁକରି କୋର୍ଟ ଚାଲାଣ କରିଥିବା ଚମ୍ପୁଆ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକଙ୍କ ସୂଚନା।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।