( ବିଜେପି ଜ଼ିଲ୍ଲା ସଭାପତି ଦୌଡ଼ ରେ ଦୁଇ ପ୍ରମୁଖ ନେତା ଜଗନ୍ନାଥ ଓ ମୋହିତ)
ଜଗତସିଂହପୁର
ତା =20/1/25
ଚଳିତ ଲୋକସଭା ଓ ବିଧାନସଭା ନିର୍ବାଚନ
ରେ ବିଜେପି କେନ୍ଦ୍ର ଓ ରାଜ୍ୟ ରେ ଶାସନ କ୍ଷମତା କୁ ଆସିବା ପରେ ଜଗତସିଂହପୁର ଜ଼ିଲ୍ଲା ରେ ବିଜେପି ର ସଦସ୍ୟତା ମାତ୍ରାଧିକ ବୃଦ୍ଧି ପାଇଛି | ହେଲେ ଜଗତସିଂହପୁର ଜ଼ିଲ୍ଲା ରେ ଚଳିତ ସପ୍ତାହରେ ଜ଼ିଲ୍ଲା ସଭାପତି ପଦବୀ ପାଇଁ ସାଙ୍ଗଠନିକ ନିର୍ବାଚନ ଅନୁଷ୍ଠିତ ହେବ | ରାଜ୍ୟ ସାଙ୍ଗଠନିକ ମୁଖ୍ୟ ନିର୍ବାଚନ ଅଧିକାରୀ ଜଗତସିଂହପୁର ଜ଼ିଲ୍ଲା ବିଜେପି ସଭାପତି ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ | ଜ଼ିଲ୍ଲା ସଭାପତି ଦୌଡ଼ ରେ ବର୍ତ୍ତମାନ ର ଜ଼ିଲ୍ଲା ସାଧାରଣ ସମ୍ପାଦକ ଜଗନ୍ନାଥ ଦାଶ ଏବଂ ଜ଼ିଲ୍ଲା ଉପ ସଭାପତି ମୋହିତ ମହାନ୍ତି ଙ୍କ ନାମ ଚର୍ଚ୍ଚା କେନ୍ଦ୍ର ବିନ୍ଦୁ ପଲୋଟିଛି | ଏହି ଦୁଇ ତୁଙ୍ଗ ନେତା ଙ୍କ ମଧ୍ୟ୍ୟ ରୁ ଚଳିତ ଜ଼ିଲ୍ଲା ବିଜେପି ସଭାପତି ପଦବୀ ନିମନ୍ତେ ହାତୀ କାହା ମୁଣ୍ଡରେ ସୂନା କଳସ ଢାଳିବ ତାହା ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି କରିଛି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

/ March 23, 2025
No Comments