ବି. ବି. ହାଇସ୍କୁଲ 1981 ବ୍ୟାଚ ର ବନ୍ଧୁ ମିଳନ
ଗତ ରବିବାର ତା 19 ରିଖରେ ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ 1981 ମେଟ୍ରିକ ବ୍ୟାଚ ର ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି l ପ୍ରତି ବର୍ଷ ପରି ଏ ବର୍ଷ ବୋରାପଦl ଠାରେ ବନ୍ଧୁ ପରମେଶ ଙ୍କ ହାୟଟେକ ଫାର୍ମ ରେ ଅଶୋକ,ଅଭୟ,ଅମ୍ବିକା, ବିମଲ, ବିବେକା ଷଡ଼ଙ୍ଗୀ , ବୁଦ୍ଧଦେବ, ବିବେକା ଶତପଥୀ ,ବିଧୁ,ଦେବବ୍ରତ,ଘନଶ୍ୟାମ, ଗଣେଶ, ହରେକୃଷ୍ଣ, ହେମନ୍ତ, କେଶବ,କିଶୋର, କର୍ଣ୍ଣ,ନଳିନୀ,ପରମେଶ,ସୁଧୀର, ସୁଧାଂଶୁ, ଶ୍ରୀକାନ୍ତ ସେଠି, ଶ୍ରୀକାନ୍ତ ଦେହୁରୀ, ଶେଷଦେବ, ସାରନାଥ, ସନ୍ତୋଷ ଓ ତାନ ସୌରଭ ପ୍ରଭୁତି ବନ୍ଧୁ ମାନେ ଏକତ୍ର ହୋଇ ଦିବଂଗତ ବନ୍ଧୁ ଏବଂ ଶିକ୍ଷକ ମାନଙ୍କ ନିମନ୍ତେ ନୀରବ ପ୍ରାଥନା କରିଥିଲେ l ଏହି କାର୍ଯ୍ୟକ୍ରମ ରେ ହରେକୃଷ୍ଣ ଏବଂ ବିବେକା ଷଡ଼ଙ୍ଗୀ ସ୍ଵ ରଚିତ କବିତା ପାଠ କରିଥିଲେ ଓ ଓଡ଼ିଶାର ସୁନାମ ଧନ୍ୟ କଣ୍ଠ ଶିଳ୍ପୀ ଆମ ବନ୍ଧୁ ଶକ୍ତି ମିଶ୍ର ଉପସ୍ଥିତ ରହି ଅନେକ ସୁନ୍ଦର ସୁନ୍ଦର ଗୀତ ଗାଈଥିଲେ ତାଙ୍କ ଗୀତ ତାଳ ରେ ସମସ୍ତେ ହସ ଖୁସି ହୋଇ ନାଚିଥିଲେ l ଏହି କାର୍ଯ୍ୟକ୍ରମ ରେ ଆମ ବନ୍ଧୁ କ୍ୟାବିନେଟ ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ପାତ୍ର ଉପସ୍ଥିତ ରହି ପାରି ନ ଥିବାରୁ ସମସ୍ତ ବନ୍ଧୁ ମାନଙ୍କ ମଙ୍ଗଳ କାମନା ବାର୍ତା ପ୍ରେରଣ କରିଥିଲେ l ଏହି ବନ୍ଧୁ ମିଳନ ବହୁତ ଆନନ୍ଦ ଉଲ୍ଲାସ ଓ ସୁସ୍ୱାଦୁ ଭୋଜନ ସହିତ ଶେଷରେ ଚା ଓ କଫି ସହିତ 2026 ଜାନୁୟାରୀ ତୃତୀୟ ରବିବାର ଆସନ୍ତା ବନ୍ଧୁ ମିଳନ ହେବାକୁ ସ୍ଥିର ହୋଇ କାର୍ଯ୍ୟକ୍ରମ ସମାପନ ହେଲା l