29ତମ ଜ଼ିଲ୍ଲା ଜୁନିଅର ରେଡ଼କ୍ରସ ଶିକ୍ଷା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ
ଜଗତସିଂହପୁର
ତା =20/1/25
29ତମ ଜଗତସିଂହପୁର ଜ଼ିଲ୍ଲା ଜୁନିଅର ରେଡ଼କ୍ରସ ପକ୍ଷରୁ ଦୁଇ ଦିନିଆଁ ଶିକ୍ଷା ଓ ପ୍ରଶିକ୍ଷଣ ଶିବିର ସ୍ଥାନୀୟ ଶ୍ରୀକୃଷ୍ଣ ଏକାଡେମୀ ପଡିଆରେ ଅନୁଷ୍ଠିତ ହୋଇଯାଇଛି |ଜ଼ିଲ୍ଲା ସ୍ତରୀୟ ଶିକ୍ଷା ଓ ପ୍ରଶିକ୍ଷଣ ଶିବିର ଉଦଘାଟନୀ ଉଛବ ରେ ମୁଖ୍ୟ ଅତିଥିଭାବେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ ରେଡ଼କ୍ରସ ପତାକାକୁ ଆନୁଷ୍ଠାନିକ ଭାବେ ଉତୋଳନ କରିଥିଲେ | ଜ଼ିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ବେହେରା ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ବିଧାୟକ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ |ମୁଖ୍ୟ ବକ୍ତା ଭାବେ ଜଗତସିଂହପୁର ପୌରପରିଷଦ ଅଧକ୍ଷ୍ୟ ଅର୍ଚ୍ଚନା ସିଂ |ସଂମ୍ମାନିତ ଅତିଥିଭାବେ ଜ଼ିଲ୍ଲା ପରିବହନ ଅଧିକାରୀ ନିର୍ମଳ କୁମାର ମହାନ୍ତି, ଅତିରିକ୍ତ ଜ଼ିଲ୍ଲା ଶିକ୍ଷା ଅଧିକାରୀ ପରେଶ ଚନ୍ଦ୍ର ପାତ୍ର | ରାଜଶ୍ରୀ ସାହୁ,ଜ଼ିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ତଥା ଜ଼ିଲ୍ଲା ଜୁନିଅର ରେଡ଼କ୍ରସ ସମ୍ପାଦକ ଦିଲ୍ଲୀପ କୁମାର ଦାସ | ଜଗତସିଂହପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ମିହିର କୁମାର ପାଳ ପ୍ରମୁଖ ଯୋଗଦେଇଥିଲେ | ଶେଷରେ ଜୁନିଅର ରେଡ଼କ୍ରସ ଅଫିସର ତ୍ରିଲୋଚନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ |ଏହି ପ୍ରଶିକ୍ଷଣ ଶିବିର ରେ ଜ଼ିଲ୍ଲା ର ବିଭିନ୍ନ ବିଦ୍ୟାଳୟ ରୁ ୨ ସହ ରୁ ଉର୍ଦ୍ଧ ଜୁନିଅର ରେଡକ୍ରସ ଛାତ୍ର ଛାତ୍ରୀ ଯୋଗଦେଇଥିଲେ | ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ