ମୁମ୍ବାଇ: ଆକ୍ରମଣ ପରେ ଏବେ ଧିରେ ଧିରେ ସୁସ୍ଥ ହେଉଛନ୍ତି, ଅଭିନେତା ସୈଫ୍ ଅଲ୍ଲୀ ଖାନ। ଏଥିପାଇଁ ଆଜି ତାଙ୍କୁ ଡାକ୍ତରଖାନରୁ ଡିସଚାର୍ଜ କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ସୈଫଙ୍କ ଡାକ୍ତର। ଛୁରାମାଡ ଘଟଣାର ୬ଦିନ ପରେ ଏବେ ସୈଫଙ୍କ ଅବସ୍ଥା ସୁସ୍ଥ ଥିବାରୁ, ସେ ମୁମ୍ବାଇର ଲୀଳାବତୀ ଡ଼ାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି।କିନ୍ତୁ ଏହାରି ଭିତରେ ଏବେ ସବୁଠୁ ବଡ଼ ଖବର ଆସୁଛି। ଡିସଚାର୍ଜ ପରେ ଏବେ ଆଉ ନିଜ ଘରକୁ ଫେରିବେ ନାହିଁ ସୈଫ । ଖବର ରହିଛି, ଯେ ସୈଫ୍ଙ୍କୁ ଡିସଚାର୍ଜ ପରେ ତାଙ୍କ ନୂଆ ଘର ଫର୍ଚୁନ ହାଇଟ୍ସ ଆପାର୍ଟମେଣ୍ଟକୁ ନିଆଯିବ। ତେବେ ସୈଫ୍ଙ୍କ ଅଫିସ ଫର୍ଚୁନ ହାଇଟ୍ସରେ ଅଛି ଏବଂ ପୂର୍ବରୁ ମଧ୍ୟ ସୈଫ୍ ସେଠାରେ ରହୁଥିଲେ।ତେବେ ପୋଲିସର ସୂଚନା ଅନୁଯାୟୀ, ବର୍ତ୍ତମାନ ଆକ୍ରମଣ ହୋଇଥିବା ଘରେ ତଦନ୍ତ ଚାଲିଥିବାରୁ ସୈଫ୍ ନୂଆ ଘରକୁ ଯିବେ। କିନ୍ତୁ ସେ ଏଠାକୁ ବୁଲିବାକୁ, ଏବଂ ସେଥି ସ୍ଥିତି ଦେଖିବାକୁ ଯାଇପାରନ୍ତି। ଏଥିପାଇଁ ସତଗୁରୁ ଶରଣ ବିଲଡିଂକୁ ଏବେ ସୁରକ୍ଷାରେ ଛାଉଣୀ କରାଯାଇଛି।ଅନ୍ୟପଟେ ଏବେ ଅଭିଯୁକ୍ତକୁ ନେଇ ସୈଫ୍ଙ୍କ ଘରକୁ ସେଦିନର ସିନ୍ ରିକ୍ରିଏସନ୍ କରୁଛି ପୋଲିସ। ବାଥରୁମ୍ ସହ ଅନ୍ୟ ସ୍ଥାନରୁ ଅଭିଯୁକ୍ତର ଟିପଚିହ୍ନ ମଧ୍ୟ ଏକାଠି କରିଛି ପୋଲିସ। ଏହାକୁ ନେଇ ପୋଲିସ ଅଧିକ ତଦନ୍ତ ଚଳାଇଛି।ତେବେ ସୈଫ୍ ସତଗୁରୁ ଶରଣ ବିଲଡିଂରେ ରହୁଥିଲେ। ଏହି କୋଠାର ଉପର ୩ ମହଲା ସୈଫଙ୍କର। ସୈଫ୍ ପ୍ରାୟ ୮-୧୦ ବର୍ଷ ପୂର୍ବେ ଏହି ଆପାର୍ଟମେଣ୍ଟଗୁଡ଼ିକ କିଣିଥିଲେ। କିନ୍ତୁ ଗୁରୁବାର ଏହି ଆପାର୍ଟମେଣ୍ଟରେ ସୈଫ୍ଙ୍କ ଉପରେ ଆକ୍ରମଣ ହୋଇଥିଲା। ଏହା ପରେ ସୈଫ୍ଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଜି ସେ ସେଠାରୁ ଡିସଚାର୍ଜ ହୋଇଛନ୍ତି।

/ March 23, 2025
No Comments