ସମାଜସେବୀଙ୍କ ଜନ୍ମୋତ୍ସବ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ବିଂଝାରପୁର ଅନ୍ତର୍ଗତ ଦେସାହି ପଞ୍ଚାୟତର ସମିତି ସଭ୍ୟା ଓ ସମାଜ ସେବୀ ବିଶିଷ୍ଟ ସନ୍ତୋଷ କୁମାର ବେହୁରିଆଙ୍କ ୬୩ ତମ ଜନ୍ମଜୟନ୍ତି ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ପ୍ରଥମେ ବୃକ୍ଷ ରୋପଣ, କମ୍ବଳ ବଣ୍ଟନ,କବିତା ପାଠୋତ୍ସବ ରେ କବି ମାନେ ତାଙ୍କର ସ୍ବରଚିତ ସ୍ବରରେ କବିତା ପାଠ କରିବେ । ସଭାରେ ସଭାପତି ଭାବେ ବିଷ୍ଣୁ ଚରଣ ସାହାଣୀ, ମୁଖ୍ୟ ଅତିଥି ଭାବେ ପଦ୍ମାକର ଗୁରୁ, ମୁଖ୍ୟ ବକ୍ତା ଭାବେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ପଣ୍ଡିତ ମହେଶ୍ୱର ନନ୍ଦ, ସମ୍ମାନିତ ଅତିଥି ଭାବେ ଆଡଭୋକେଟ ଅମ୍ବିକା ପ୍ରସାଦ ସାମଲ,ଓଡ଼ିଶା ଲାଇବ୍ରେରୀଆନ ସଂଘ ର ସଭାପତି ସୁଶାନ୍ତ କୁମାର ନାୟକ,ସୁବାଷ ଚନ୍ଦ୍ର ପ୍ରଧାନ, ରବିନାରାୟଣ ପତି, ପ୍ରାଧ୍ୟାପକ ଅଜୟ କୁମାର ଓଝା,ଗଦାଧର ପଢ଼ିଆରୀ ପ୍ରମୁଖ ଯୋଗଦେବେ ବୋଲି ଏହି ପ୍ରସ୍ତୁତି ବୈଠକରେ ସ୍ଥିର କରାଯାଇଛି।