ଭୂବନେଶ୍ବର: ସମ୍ପ୍ରସାରିତ ହେବ ଭୁବନେଶ୍ବର । ଭୁବନେଶ୍ବରକୁ ଏକ ନୂଆ ମଡେଲର ସହରର ଭାବେ ବନାଯିବ । ଏହାକୁ ନେଇ ଆଜି ସୂଚନା ଦେଇଛନ୍ତି, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର । ଏନେଇ ମନ୍ତ୍ରୀ କହିଛନ୍ତି, ବିକଶିତ ଓଡ଼ିଶା-୨୦୩୬ ପରିକଳ୍ପନା ସତ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାକୁ ବାରମ୍ବାର ଗସ୍ତ କରୁଛନ୍ତି ।ପଞ୍ଚମ ଥର ପାଇଁ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସୁଛନ୍ତି ।ଓଡ଼ିଶାରେ ନିବେଶ ବଢ଼ାଇବା ପାଇଁ ରାଜ୍ୟ ସରକାର ସବୁବେଳେ ଚେଷ୍ଟିତ । ଆଗକୁ ଭୁବନେଶ୍ୱର ସମ୍ପ୍ରସାରିତ ହେବ । ଏନେଇ ସିଙ୍ଗାପୁର ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ଏମଓୟୁ ସ୍ବାକ୍ଷରିତ ହୋଇଛି । ଭୁବନେଶ୍ବରରେ ନୂଆ ମଡେଲର ସହର ତିଆରି ହେବ । ଆଗକୁ ଭୁବନେଶ୍ୱର ଭଳି ଅନ୍ୟ କର୍ପୋରେସନରେ ମଧ୍ୟ ଏଭଳି ଯୋଜନା ପାଇଁ ଚେଷ୍ଟା କରାଯିବ । ଏବେ ସହର ବଢ଼େଇବା ପାଇଁ ଚେଷ୍ଟା କରାଯାଉଛି । ଯାହା ଦ୍ଵାରା ଲୋକେ ଟ୍ରାଫିକ ସମସ୍ୟାରୁ ମୁକ୍ତି ପାଇବେ । ଶସ୍ତାରେ ଘର ଖଣ୍ଡେ କିଣି ପାରିବେ । ଏହାଛଡ଼ା ପୁରୀକୁ ଏକ ଅନ୍ତର୍ଜାତୀୟ ସହର କରିବାକୁ ସରକାର ଯୋଜନା ରଖିଛନ୍ତି ବୋଲି କହିଛନ୍ତି ମନ୍ତ୍ରୀ । ଏଥିପାଇଁ ରିଙ୍ଗ ରୋଡ ସହ ରାସ୍ତା ପ୍ରଶସ୍ତିକରଣ ଆଦି କରାଯିବ ।ଏଥିସହିତ ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମ ପରେ ପରେ ଖୁବ୍ ଶୀଘ୍ର ମେଟ୍ରୋ କାମ ଆରମ୍ଭ ହେବ ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://jagratbharatnews.in/wp-content/uploads/2025/11/Picsart_25-11-05_07-59-52-526-6.jpg)


