ଟ୍ରକ୍ ଧକ୍କାରେ ବାଇକ୍ ଚାଳକ ମୃତ

ବଅଁରପାଳ : ବଅଁରପାଳ ଥାନା ନିକଟ ନୂଆହତା ଗ୍ରାମ ୫୫ନମ୍ବର ଜାତୀୟ ରାଜପଥ ରେ ସଡ଼କ ଦୁର୍ଘଟଣାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ ଗଡ଼ସନ୍ତ୍ରୀ ଗାଁର ୭୦ ବର୍ଷୀୟ ଫକୀର ମୋହନ ମାଝୀ ଘରକୁ ଏକ ବାଇକରେ ଆସୁଥିବାବେଳେ କଣ୍ଟାବଣିଆ ପାର୍ଶ୍ୱରୁ ଆସୁଥିବା ଏକ ଟ୍ରକ ତାଙ୍କୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ଦୁର୍ଘଟଣା ସ୍ଥଳରେ ଫକୀରଙ୍କ ମୃତ୍ୟୁ ହୋଇଥିଲା । ଘଟଣା ବିଷୟରେ ଖବର ପାଇ ବଅଁରପାଳ ପୋଲିସ ପହଁଞ୍ଚି ଦୁର୍ଘଟଣା ଗ୍ରସ୍ତ ଗାଡି ଦୁଇଟିକୁ ଜବତ କରି ଅଧିକ ତଦନ୍ତ ଜାରି ରଖିଥିବାବେଳେ ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି। କ୍ଷତିପୂରଣ ପାଇଁ ଗ୍ରାମବାସୀ, ସରପଞ୍ଚ, ବଅଁରପାଳ ମଣ୍ଡଳ ସଭାପତି କିଟୁ ପଣ୍ଡା ଧାରଣାରେ ଦେଇଥିଲେ। ଆଖାପାଖର ସମସ୍ତ ଗ୍ରାମବାସୀ ଘଟଣାସ୍ଥଳରେ ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟକୁ ନେଇ ବାରମ୍ବାର ଦୁର୍ଘଟଣା ଘଟୁଥିବା ଦର୍ଶାଇ ଉତ୍ତେଜନା ପ୍ରକାଶ ପାଇଥିଲା। ବଅଁରପାଳ ଅଧିକାରୀ ଦୁଷ୍ମନ୍ତ କୁମାର ସିଂହ ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରିବା ସହ କ୍ଷତିପୁରଣ ନେଇ ସମସ୍ତ ପ୍ରକାର ସହଯୋଗ ହାତ ବଢାଇବାର ପ୍ରତିଶ୍ରୁତି ପରେ ଧାରଣାରୁ ପରିବାରବର୍ଗ ଓହରି ଥିଲେ। ପୋଲିସ ଆମ୍ବୁଲାନ୍ସ ଡକାଇ ବ୍ୟବଚ୍ଛେଦ ନିମନ୍ତେ ମୃତଦେହ କୁ ଜିଲ୍ଲା ମୁଖ୍ୟଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଇଥିଲେ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://jagratbharatnews.in/wp-content/uploads/2025/11/Picsart_25-11-05_07-59-52-526-6.jpg)


