( ସଡ଼କ ସୁରକ୍ଷା ମାସ ଉପଲକ୍ଷେ ରାଜ୍ୟ ସ୍ତରୀୟ କବି ସମ୍ମିଳନୀ )ଜଗତସିଂହପୁର ତା =25/1/25ସଡ଼କ ସୁରକ୍ଷା ମାସ 2025ଉପଲକ୍ଷେ ଜଗତସିଂହପୁର ଶ୍ରୀକୃଷ୍ଣ ଏକାଡେମୀ ପରିସରରେ ରେ ରାଜ୍ୟ ସ୍ତରୀୟ ସମ୍ମିଳନୀ ଅନିଷ୍ଠିତ ହୋଇଯାଇଛି | ତ୍ରୈମାସିକ ସାହିତ୍ୟ ପତ୍ରିକା “ନବକାକଳି “ପ୍ରତିଷ୍ଠାତା ସାହିତ୍ୟ ରତ୍ନ ଡକ୍ଟର ସୁରେନ୍ଦ୍ର ନାଥ ତ୍ରିପାଠୀ ଙ୍କ ଅଧକ୍ଷତାରେ ମୁଖ୍ୟ ଅତିଥିଭାବେ ଜ଼ିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ନିର୍ମଳ କୁମାର ମହାନ୍ତି ଜଗନ୍ନାଥ ଙ୍କ ଫଟୋ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ପ୍ରଦୀପ ପ୍ରଜ୍ବଳନ କରି ରାଜ୍ୟ ସ୍ତରୀୟ କବି ସମ୍ମିଳନୀ କୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ | ଅନ୍ୟ ମାନଙ୍କ ମଧ୍ୟ୍ୟ ରେ ଜଗତସିଂହପୁର ସାହିତ୍ୟ ପରିଷଦ ସଭାପତି କବି ଉମାକାନ୍ତ ନାୟକ, କବୟିତ୍ରୀ ସଂଗୀତା ପଣ୍ଡା, ଶିକ୍ଷାବିତ ତ୍ରିଲୋଚନ ସାହୁ ପ୍ରମୁଖ ଯୋଗଦେଇ କବିତା ଓ ଗଳ୍ପ ମାଧ୍ୟମ ରେ ସଡ଼କ ସୁରକ୍ଷା ସଚେତନତା ବାର୍ତ୍ତା ସମ୍ପର୍କିତ କବିତା ପଠନ କରିଥିଲେ |ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ର କୋଣ ଅନୁକୋଣ ଶତାଧିକ କବି କବୟିତ୍ରୀ ଯୋଗଦେଇଥିଲେ |ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

/ February 6, 2025
No Comments