ପୁଣି ଜଙ୍ଗଲୀ ହାତୀ ନେଲା ୨ଜୀବନ
କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ରେଞ୍ଜ ଅଞ୍ଚଳରେ ବର୍ଷ ସାରା ଜଙ୍ଗଲି ହାତୀ ରହିଥିବା ବେଳେ ଲୋକଙ୍କ ଧନ ଜୀବନ ସମେତ ଚାଷବାସ ପ୍ରତିଦିନ ନଷ୍ଟ ବି ନଷ୍ଟ କରୁଥିବା ବେଳେ ଶନିବାର ବିଳମ୍ବିତ ରାତିରେ ଏକ ଟିକିଆ ହାତୀ ଘରକୁ ପଶି ଦୁଇ ବୃଦ୍ଧା ଙ୍କୁ ଦଳି ଚକଟି ଶରୀରକୁ ଖଣ୍ଡ ବି ଖଣ୍ଡ କରି ଫୋପାଡ଼ି ଦେଇଛି l ଏହି ଭଲି ଏକ ଅଭାଭନୀୟ ଘଟଣା ଘଟିଛି ଲାଞ୍ଜିଗଡ ସେକ୍ସନ ଲାଖବାହାଳି ପଞ୍ଚାୟତ ସ୍ଥିତ କାଦୋ ମାଳି ଗାଁ ରେ l ସୂଚନା ମତେ ଲାଖବାହାଳି ପଞ୍ଚାୟତ ଅନ୍ତର୍ଗତ ଦୋରା ସାର୍ଲି ଗ୍ରାମର ମୁଗୁନା ମାଝୀ (୭୦) ଓ ସ୍ତ୍ରୀ ଗାଦ ମାଝୀ( ୬୫)କିଛି ବର୍ଷ ପୂର୍ବେ କାଦୋ ମାଳି ଗାଁରେ ଏକ କୁଡ଼ିଆ ଘର କରି ସେହି ଘରେ ରହି ପୋଡୁ ଚାଷ କରି ରହୁଥିଲେ l ହେଲେ ଆଜି ତାଙ୍କୁ ରକ୍ତମୁଖା ଗଜରାଜ ଜୀବନରୁ ମାରିଦେଇ ଖଣ୍ଡ ବିଖଣ୍ଡ କରି ଫୋଫାଡି ଦେଇଛି l ବନବିଭାଗ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି l କଳାହାଣ୍ଡିରୁ ବି ତ୍ରିପତି ପାତ୍ର ଜାଗ୍ରତ ଭାରତ ନିଉଜ