ଦେସାହି ଗ୍ରାମ ପଞ୍ଚାୟତର ବର୍ଷିଆନ ସମାଜସେବୀ, ତଥା ଅଣକଂଗ୍ରେସ ରାଜନୀତିରେ ରୁଚି ରଖିଥିବା ଜଣେ ସଚ୍ଚା କର୍ମୀ ଦେସାହି ଗ୍ରାମପଞ୍ଚାୟତ ର ପୂର୍ବତନ ନାଏବ ସରପଞ୍ଚ ଶ୍ରୀଯୁକ୍ତ କ୍ଷେତ୍ରବାସୀ ପରିଡା ଙ୍କର ୮୮ ବର୍ଷ ବୟସରେ ରବିବାର ସକାଳ 5 ଘଟିକା ସମୟରେ ପରଲୋକ ହୋଇଛି. ମୃତ୍ୟୁ ବେଳକୁ ତାଙ୍କ ପରିବାର ସମସ୍ତ ପୁତ୍ର, ପୁତ୍ରବଧୂ, ନାତି ନାତୁଣୀ ଉପସ୍ଥିତ ଥିଲେ, ସ୍ବର୍ଗତ ପରିଡାଙ୍କର ମରାଶରୀରକୁ ପଞ୍ଚଯାତ ପରିକ୍ରମା କରାଯାଇ ଦାହ କରାଗଲା, ଖବର ପାଇ, ଦେସାହି ପଞ୍ଚଯାତ ସମିତି ସଭ୍ୟ ସନ୍ତୋଷ କୁମାର ବେହୁରିଆ, ସରପଞ୍ଚ ପ୍ରତିନିଧି ମନୋଜ ଦାସ, ଜିଲ୍ଲାପାରିଷଦ ପ୍ରତିନିଧି କେଦାରନାଥ ବେହେରା, ନନ୍ଦକିଶୋର ସାହୁ, ମନୀଷା ଜେନା, ଧୁଶାସନ ମହାନ୍ତି ସମେତ ଶତାଧିକ ବ୍ୟକ୍ତି ଶେଷଦର୍ଶନ କରିଥିଲେ, ସ୍ବର୍ଗତ ପରିଡ଼ାଙ୍କର ମୃତ୍ୟୁ ଖବର ପାଇ ଆଳିର ବିଧାୟକ ଶ୍ରୀ ପ୍ରତାପ କେଶରୀ ଦେବ, ଅଧ୍ୟକ୍ଷ ମନୋରଞ୍ଜନ ସାମଲ, ଜିଲ୍ଲାପରିଷଦ ଶ୍ରୀ ଭୀଷ୍ମ ମହାନ୍ତି, କନକ ଲତା ବେହେରା, ସୁରେଶ ଚନ୍ଦ୍ର ଜେନା ଗଭୀର ଶୋକ ପ୍ରକାଶ କରିଛନ୍ତି।
ବ୍ୟୁରୋ ରିପୋର୍ଟ,ଜାଗ୍ରତ ଭାରତ ନ୍ୟୁଜ