ଜାତୀୟ ରାଜପଥ ଟୋଲ୍ ଗେଟ୍ ନିକଟରେ ହୁତୁହୁତୁ ହୋଇ ଜଳିଗଲା ବାଇକ୍
ଜାତୀୟ ରାଜପଥ ରେ ହୁତୁହୁତୁ ହୋଇ ଜଳିଗଲା ମୋଟରସାଇକେଲ, ଗାଡିରୁ ଡେଇଁ ନିଜର ଜୀବନ ବଞ୍ଚାଇଲେ ଚାଳକ। କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ ୫୨୦ ନମ୍ବର ଜାତୀୟ ରାଜପଥର ବିଲେଇପଦା କାରଣ ସାହି ଟୋଲଗେଟ୍ ନିକଟରେ ଆଜି ଏକ ଚଳନ୍ତା ବାଇକରେ କୌଣସି କାରଣରୁ ନିଆଁ ଲାଗି ଯାଇଥିବା ଦେଖିବାକୁ ମିଳିଥିଲା । ଗାଡ଼ିରେ ନିଆଁ ଲାଗିଯିବାରୁ ଚାଳକ ବାଇକରୁ ଡେଇଁ ନିଜର ଜୀବନ ବଞ୍ଚାଇଥିବା ବେଳେ ଗାଡିଟି ସମ୍ପୂର୍ଣ୍ଣ ଜଳି ଯାଇଥିବା ନେଇ ଦେଖିବାକୁ ମିଳିଛି। କିନ୍ତୁ ବିଡମ୍ବନା ର ବିଷୟ ଏହି ଘଟଣାଟି ଟୋଲ୍ ଗେଟ୍ ଅତି ନିକଟରେ ହୋଇଥିବା ବେଳେ ଟୋଲ୍ ଗେଟ୍ କାର୍ଯ୍ୟରେ ନିୟୋଜିତ କର୍ମଚାରୀ ଓ ତା ଆଖପାଖ ରେ ଥିବା ଲୋକେ ଦେଖଣାହାରି ସାଜିଥିଲେ ।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ