“ଅତାବିରା ବ୍ଳକ ସ୍ତରୀୟ ନିପୁଣ ଓଡ଼ିଶା ମେଳା”

ବରଗଡ ୩/୨(ପବିତ୍ର ମେହେର ) ଅତାବିରା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଅତାବିରା ବ୍ଳକ ସ୍ତରୀୟ ନିପୁଣ ଓଡ଼ିଶା ମେଳା ଅନୁଷ୍ଠିତ ହୋଇଯାଇଛି। ଅତାବିରା ବିଇଓ ମିଶ୍ର।ଣୀ କୁମ୍ଭାର ଙ୍କ ତତ୍ତ୍ୱାବଧାନରେ ତଥା ସିଆରସିସି ନୃପରାଜ ଭୋଇଙ୍କ ସଂଯୋଜନାରେ ଶିକ୍ଷକ ଶିକ୍ଷୟିତ୍ରୀ,

ଛାତ୍ରଛାତ୍ରୀ ଏକତ୍ରିତ ହୋଇ ଏକ ଶୋଭାଯାତ୍ରାରେ ନଗର ପରିକ୍ରମା କରିଥିଲେ।ଏହାପରେ ଆୟୋଜିତ ସଭାକାର୍ଯ୍ୟରେ ଏନଏସି ଅଧ୍ୟକ୍ଷ ବନମାଳୀ ବରିହା, ଏବିଇଓ କାର୍ତ୍ତିକ ବାଗ, ତପନ ଦାସ, ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ବେହେରା, ମନୋଜ ହରପାଲ , ଅବସରପ୍ରାପ୍ତ ଅଧ୍ୟକ୍ଷ ଅକ୍ଷୟ ବାରିକ,ପ୍ରଶିକ୍ଷକ ରମେଶ ଚନ୍ଦ୍ର ସାହୁ, ଦୀପକ ରାଏ, ପୂର୍ଣ୍ଣଚନ୍ଦ୍ର ବେହେରା ଅତିଥି ଭାବେ ମଞ୍ଚାସିନ ରହି ମୌଳିକ ସ୍ୱାକ୍ଷରତା ଓ ସଂଖ୍ୟାଜ୍ଞାନ ଉପରେ ସମ୍ୟକ ସୂଚନା ପ୍ରଦାନ କରି ନିପୁଣ ଓଡ଼ିଶା ଉପରେ ଅଭିଭାବକ ମାନଙ୍କ ସହିତ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ।ଅତାବିରା ୧୩ ଟି କ୍ଲଷ୍ଟର ଜଣେ ଲେଖାଏଁ ସି ଅର୍ ସି ଓ ଜଣେ ଲେଖାଏଁ ଏଫ୍ ଏଲ ଏନ୍ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିବା ବେଳେ ଅତାବିରା କ୍ଲଷ୍ଟର ରୁ ୧୩୦ ଛାତ୍ରଛାତ୍ରୀ ସମେତ ୮୦ ଜଣ ଅଭିଭାବକ ଅଭିଭାଭିକା ଯୋଗ ଦେଇଥିଲେ।

ବିଭିନ୍ନ କ୍ଲଷ୍ଟର ରୁ ଆସିଥିବା ସିଆରସିସି ଓ ଏଫ ଏଲ ଏ ନ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ପରିଚାଳନାରେ ସହଯୋଗ କରିଥିଲେ।ଶିକ୍ଷଣ କେନ୍ଦ୍ର ପରିଦର୍ଶନ ପାଇଁ କାହାଣୀ କହିବା, କଣ୍ଢେଇ ନାଚ ,ଅଭିନବ ଟିଏଲଏମ କୁ ନେଇ ଶିକ୍ଷୟତ୍ରୀ ଶୁସାନ୍ତି ଭୁଏ ଓ ନିରୂପମା କର ଲାଇଭ କ୍ଳାସ କରିଥିଲେ। ବ୍ଲକ ଶିକ୍ଷା ଅଧିକାରୀ, ଡାଏଟ ଅଧ୍ୟକ୍ଷ ଓ ଶିକ୍ଷକ ସଂଘର ସଭାପତି ଶ୍ରୀଯୁକ୍ତ ବେହେରା ମିଳିତ ଭାବେ ସ୍ଵତନ୍ତ୍ର ଆଲୋଚନା କରିଥିଲେ ।ଶିକ୍ଷୟିତ୍ରୀଙ୍କ ନିର୍ଦ୍ଦେଶନା କ୍ରମେ ଛାତ୍ରଛାତ୍ରୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।ବିଭିନ୍ନ ପ୍ରତିଯୋଗୀତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିଙ୍କ ଦ୍ୱାରା ମାନପତ୍ର ଦେଇ ପୁରସ୍କୃତ କରାଯାଇଥିଲା। ବାଳିକା ଉଚ୍ଚ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ତଥା ସମସ୍ତ ସି ଆର ସି ସି ସହଯୋଗ କରିଥିଲେ ।ଶେଷରେ ଶିକ୍ଷକ କିଶୋର ମିଶ୍ର ଧନ୍ୟବାଦ ଦେଇଥିଲେ।