ଭୂବନେଶ୍ୱର, ୦୪/୦୨ : ଆଜି ପବିତ୍ର ମାଘ ବୁଡ଼ । ଚନ୍ଦ୍ରଭାଗାରେ ବୁଡ଼ ପକାଇଲେ ରାଜ୍ୟ ଓ ରାଜ୍ୟ ବାହାରର ଲକ୍ଷାଧିକ ଶ୍ରଦ୍ଧାଳୁ । ମାଘ ସପ୍ତମୀ ଉପଲକ୍ଷେ, ବିଳମ୍ବିତ ରାତ୍ରିରେ କୋଣାର୍କ ଠାରେପୂଜିତ ଶ୍ରୀତ୍ରିବେଣୀଶ୍ୱର, ଶ୍ରୀ ଐଶାନେଶ୍ୱର ଏବଂ ଶ୍ରୀ ଦକ୍ଷିନେଶ୍ୱର ମହାଦେବ, ତିନୋଟି ବିମାନରେ ବିଜେ କରି ଚନ୍ଦ୍ରଭାଗା ତୀର୍ଥସ୍ଥଳରେ ପହଞ୍ଚିଥିଲେ ।
ପ୍ରଥମେ ଏହି ତୀର୍ଥର ପବିତ୍ର ଜଳରେ, ମହାସ୍ନାନ କରାଯାଇଥିଲା । ଏହାପରେ ସାଧୂସନ୍ଥ ଗଣ ବୁଡ଼ ପକାଇଥିଲେ । ସେମାନେ ଏହି ବୁଡ଼ ପକାଇବା ପରେ, ସମସ୍ତ ସାଧୁ ସନ୍ୟାସୀ ତଥା ସେବାୟତଙ୍କ ଦ୍ୱାରା ଆଳତୀ କରାଯାଇଥିଲା। ବୁଡ଼ ସ୍ଥାନ ଓ ସମୁଦ୍ର କୂଳରେ ଲାଇଫ ଗାର୍ଡ ମୁତୟନ ହୋଇଛନ୍ତି।ପୋଲିସ ପକ୍ଷରୁ ୪ଜଣ ଆଡିସିନାଲ ଏସ୍ପିଙ୍କ ସହ ୧୨ଜଣ DSP, ୧୨୨ ଜଣ ASI, ୩୩ ପ୍ଲାଟୁନ ଫୋର୍ସ ଏବଂ ୨୦ଜଣ ଲାଇଫ ଗାର୍ଡ ମୁତୟନ ହୋଇଛନ୍ତି । ପୁରୀ ଏସ୍ପି ବିନୀତ ଅଗ୍ରୱାଲ ପୋଲିସର ନିୟମ ମାନି ଚନ୍ଦ୍ରଭାଗା ବୁଡରେ ସାମିଲ ହେବାକୁ ଅପିଲ୍ କରିଛନ୍ତି । ଭିଡ଼ ନିୟନ୍ତ୍ରଣ ପାଇଁ ପୋଲିସ ପକ୍ଷରୁ ସ୍ବତନ୍ତ୍ର ଟ୍ରାଫିକ୍ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଶ୍ରଦ୍ଧାଳୁଙ୍କ ପାଇଁ ମାଘ ସପ୍ତମୀ ଅବସରରେ ଆଜି ସୂର୍ଯ୍ୟମନ୍ଦିର ପ୍ରବେଶ ଶୁଳ୍କ ଛାଡ଼ କରାଯାଇଛି ।