ଭୂବନେଶ୍ୱର, ୦୫/୦୨ : ଆସନ୍ତା ୯ ତାରିଖରେ ଭାରତ ଓ ଇଂଲଣ୍ଡ ଦିନିକିଆ କ୍ରିକେଟ୍ ମ୍ୟାଚ କଟକରେ ଖେଳାଯିବ । ମୁତୟନ ହେବେ ୫୦ ପ୍ଲାଟୁନ ପୋଲିସ । ଆଜି କମିଶନରେଟ ପୋଲିସ କାର୍ଯ୍ୟାଳୟରେ ଏକ ବୈଠକରେ ପୋଲିସ କମିଶନରଙ୍କ ଅଧ୍ୟକ୍ଷତାରେ ବୈଠକରେ ଆଲୋଚନା କରାଯାଇଛି । ଏଥିରେ ଖେଳାଳିଙ୍କ ସୁରକ୍ଷା, ଟ୍ରାଫିକ ପରିଚାଳନା ନେଇ ଆଲୋଚନା ଚାଲିଛି ।
ଭୁବନେଶ୍ୱର ଡିସିପି, ଟ୍ରାଫିକ ଡିସିପି ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀ ଏଥିରେ ଉପସ୍ଥିତ ଥିଲେ । ଦିନିକିଆ କ୍ରିକେଟ୍ ପୂର୍ବରୁ ଆଜି କମିଶନରେଟ ପୋଲିସ କାର୍ଯ୍ୟାଳୟରେ ପୋଲିସ କମିଶନରଙ୍କ ଅଧ୍ୟକ୍ଷତାରେ ବୈଠକ ଚାଲିଛି । ବୈଠକରେ ଖେଳାଳିଙ୍କ ସୁରକ୍ଷା, ଟ୍ରାଫିକ ପରିଚାଳନା ନେଇ ଆଲୋଚନା ହେବ । ସେହିପରି ଉଭୟ ଦଳର ଖେଳାଳି ଭୁବନେଶ୍ୱର ମେ ଫେୟର ହୋଟେଲରେ ରହିବାର ବ୍ୟବସ୍ଥା ହୋଇଛି ।