ନୂଆଦିଲ୍ଲୀ: ଚନ୍ଦ୍ରରୁ ମାଟି ନମୁନା ଆଣିବ ଚନ୍ଦ୍ରଯାନ-୪। ଏନେଇ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଜିତେନ୍ଦ୍ର ସିଂହ ସୂଚନା ଦେଇଛନ୍ତି।
ମନ୍ତ୍ରୀ କହିଛନ୍ତି ଯେ ଭାରତ ୨୦୨୭ ମସିହାରେ ଚନ୍ଦ୍ରଯାନ-୪ ମିଶନ ଆରମ୍ଭ କରିବ। ଯାହାର ଲକ୍ଷ୍ୟ ରହିଛି ଚନ୍ଦ୍ରପୃଷ୍ଠରୁ ନମୁନା ସଂଗ୍ରହ କରି ପୃଥିବୀକୁ ଫେରାଇ ଆଣିବା। ଏହି ମିଶନରେ ଏଲଭିଏମ୍-୩ ରକେଟର ଅତି କମରେ ଦୁଇଟି ପୃଥକ ଉତକ୍ଷେପଣ କରାଯିବ।
ଯେଉଁଥିରେ ମିଶନରେ ପାଞ୍ଚଟି ଭିନ୍ନ ଉପକରଣ ବହନ କରାଯିବ।ସୂଚନା ଅନୁଯାୟୀ, ଗତ ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ ଚନ୍ଦ୍ରଯାନ-୪ ମିଶନକୁ ମଞ୍ଜୁରୀ ଦେଇଥିଲେ। ଏହି ମିଶନ ୩୬ ମାସ ମଧ୍ୟରେ ସମାପ୍ତ ହେବ ବୋଲି ଆଶା କରାଯାଉଛି। ଏହି ମିଶନ ପାଇଁ ସରକାର ୨୧୦୪.୦୬ କୋଟି ଟଙ୍କାର ପାଣ୍ଠି ଯୋଗାଇଛନ୍ତି। ଏହାସହିତ ନିରନ୍ତର ଯୋଗାଯୋଗ ବଜାୟ ରଖିବା ପାଇଁ ମହାକାଶ ନେଟୱାର୍କ ଏବଂ ଡିଜାଇନ୍ ଯାଞ୍ଚ ଅନ୍ତର୍ଭୁକ୍ତ।ସେ ଆହୁରି ମଧ୍ଯ କହିଛନ୍ତି ଯେ ଭାରତ ୨୦୨୬ ମସିହାରେ ସମୁଦ୍ରାୟନ ମଧ୍ୟ ଉତକ୍ଷେପଣ କରିବ। ସମୁଦ୍ର ତଳେ ଅନୁସନ୍ଧାନ ପାଇଁ ଏଥିରେ ତିନି ଜଣ ବୈଜ୍ଞାନିକ ଏକ ବୁଡ଼ାଜାହାଜ ସାହାଯ୍ୟରେ ଛଅ ହଜାର ମିଟର ଗଭୀରତାକୁ ଯିବେ। ଏହି ଉପଲବ୍ଧି ଗଗନଯାନ ମହାକାଶ ମିଶନ ସମେତ ଭାରତର ଐତିହାସିକ ମିଶନର ସମୟସୀମା ମଧ୍ୟ ନିର୍ଦ୍ଧାରଣ କରିବ।