ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଶୁଭାରମ୍ଭ
ଅନୁଗୋଳ,ତା.୦୬.୦୨:- ଆଜି ଅପରାହ୍ନରେ ସ୍ଥାନୀୟ ଶୈଳଶ୍ରୀକ୍ଷେତ୍ରଠାରେ ଅନୁଗୋଳ ଜିଲ୍ଲା ବରିଷ୍ଠ ନାଗରିକ ତୀର୍ଥ ଯାତ୍ରାର ଶୁଭାରମ୍ଭ ହୋଇଯାଇଛି ମାନ୍ୟବର ଅନୁଗୋଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ( ଯୋଗ ଦେଇ ସବୁଜ ପତାକା ଦେଖାଇ ଏହି ଯାତ୍ରାର ଶୁଭାରମ୍ଭ କରିଛନ୍ତି এই କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ବବିତା ପ୍ରଧାନ, ଅନୁଗୋଳ ଊପଜିଲ୍ଲାପାଳ ଶ୍ରୀ ମାୟାଧର ବେହେରା, ଜିଲ୍ଲା ସାମାଜିକ ସୁରକ୍ଷ ରକ୍ଷା ଅଧିକାରୀ ଶ୍ରୀ ନାରାୟଣ ମହାପାତ୍ର, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଦୁଃଶାସନ ନାଏକ, ଜିଲ୍ଲା ପର୍ଯ୍ୟଟନ ଅଧୁକାରୀ ଶ୍ରୀ ଜଗଦିଶ ରାଏ, ଜିଲ୍ଲା କ୍ରୀଡା ଅଧୋକାରୀ ଶ୍ରୀ ଅକ୍ଷୟ କୁମାର ସିଠ, ସହକାରୀ ଜିଲ୍ଲାପାଳ ଶ୍ରୀ ସଞୟ ନାଏକ, ଗଣମାଧ୍ୟମର ପ୍ରତିନିଧୂ ଓ ବୁଦ୍ଧିଜିବୀ ପ୍ରମୁଖ ଊପସ୍ଥିତ ଥିଲେ । ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା ଅନ୍ତର୍ଗତ ଅନୁଗୋଳର ୩୫ ଜଣ ମହିଳାଙ୍କ ସମେତ ମୋଟ ୧୦୫ ଜଣ ବରିଷ୍ଠ ନାଗରିକ ଆଜି ସମ୍ବଲପୁର ଅଭିମୁଖେ ବାହାରିଛନ୍ତି । ଆସନ୍ତାକାଲି ସମ୍ବଲପୁର ରେଳ ଷ୍ଟେସନ ଠାରୁ ସେମାନେ ପଶ୍ଚିମବଙ୍ଗର କୋଲକତା – ଆସାମର କାମାକ୍ଷ୍ୟା ଅଭିମୁଖେ ଯାତ୍ରା କରି ୧୨ ତାରିଖରେ ଫେରିବାର କାର୍ଯ୍ୟକ୍ରମ ରହିଛି । ଜିଲ୍ଲା ପ୍ରଶାସନ ତରଫରୁ ୩ ଜଣ ଏସକର୍ଟ ଅଫିସର ତୀର୍ଥ ଯାତ୍ରୀମାନଂକ ସାଥିରେ ଯାଇଛନ୍ତି ।