( ଆଶ୍ରା ଭିନ୍ନକ୍ଷମ ବିଦ୍ୟାଳୟ ପରିସରରେ ଇ -ରିକ୍ସା ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ )
ଜଗତସିଂହପୁର ତା =6/2/25ଜ଼ିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସାମାଜିକ ବିଭାଗ ପକ୍ଷରୁ ନୂଆପୋଲ ସ୍ଥିତ ଆଶ୍ରା ବିଦ୍ୟାଳୟ ପରିସରରେ ମହାନଦୀ କୋଲଫିଲଡ ଲିମିଟେଡ଼ ର ସି ଏସ ଆର ପାଣ୍ଠି ରୁ ଯୋଗ୍ୟ ଭିନ୍ନକ୍ଷମ ଚଉଦ ଜଣ ଭିନ୍ନକ୍ଷମ ହିତାଧିକାରୀ ମାନଙ୍କୁ ଇ -ରିକ୍ସା ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ରାଜ୍ୟ ଶିଳ୍ପ ଓ ଦକ୍ଷତା ବିକାଶ ବିଭାଗ ମନ୍ତ୍ରୀ ସମ୍ପଦ କୁମାର ସ୍ୱାଇଁ ପ୍ରଦୀପ ପ୍ରଜ୍ବଳନ କରି ଏହି କାର୍ଯ୍ୟକ୍ରମ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ |ଅନ୍ୟମାନଙ୍କ ମଧ୍ୟ୍ୟ ରେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ,ଜ଼ିଲ୍ଲା ପରିଷଦ ଅଧକ୍ଷ୍ୟ ମନୋଜ କୁମାର ଭୋଇ,ଜ଼ିଲ୍ଲାପାଳ ଯେ ସୋନାଲ, ଜଗତସିଂହପୁର ପୌର ପରିଷଦ ଅଧକ୍ଷ୍ୟ ଅର୍ଚନା ସିଂ, ଅତିରିକ୍ତ ଜ଼ିଲ୍ଲାପାଳ ସମ୍ବିତ ରାଉତ,ସମାଜସେବୀ ସତ୍ୟବ୍ରତ ମହାପାତ୍ର, ପ୍ରମୁଖ ଯୋଗଦେଇ ରାଜ୍ୟ ସରକାର ଙ୍କ ଇ ରିକ୍ସା ବିତରଣ କାର୍ଯ୍ୟକ୍ରମ କୁ ସ୍ୱାଗତ କରିଥିଲେ |ଜ଼ିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ମମତା ନାୟକ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ | ଏହା ପରେ ଭିନ୍ନକ୍ଷମ ହିତାଧିକାରୀ ମାନଙ୍କୁ ମନ୍ତ୍ରୀ ସମ୍ପଦ କୁମାର ସ୍ୱାଇଁ ଙ୍କୁ ମୋଟର ଚଳିତ ଇ ରିକ୍ସା ପ୍ରଦାନ କରାଯାଇଥିଲା |ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://jagratbharatnews.in/wp-content/uploads/2025/11/Picsart_25-11-05_07-59-52-526-6.jpg)


