ଛଡ଼ାଇଲେ ଭିକ୍ଷା ବୃତ୍ତି,ଯୋଗାଇଲେ ଆତ୍ମ ନିଯୁକ୍ତି l***************। କେନ୍ଦ୍ରାପଡ଼ା ବ୍ଲକ ପଳସୀଙ୍ଗା ପଂଚାୟତ ଅନ୍ତର୍ଗତ ଗରଜଙ୍ଗା ଗ୍ରାମ ରେ ରୁହନ୍ତି ଦିବ୍ୟାଙ୍ଗ ପ୍ରହଲ୍ଲାଦ ଜେନା। ସେ ଜନ୍ମରୁ ଦିବ୍ୟାଙ୍ଗ ଅଟନ୍ତି। ତାଙ୍କର ପରିବାର କହିଲେ ତାଙ୍କ ସ୍ତ୍ରୀ ଓ ଛୋଟ ଛୋଟ ଦୁଇଟି ପିଲା। ପରିବାର ବଢିବା ପରେ ଗୁଜୁରାଣ ମେଣ୍ଟାଇବା ପାଇଁ ପ୍ରହଲ୍ଲାଦ ଦୂର ସ୍ଥାନ କୁ ଯାଇ ଭିକ୍ଷା ବୃତ୍ତି କରିଥାନ୍ତି। ସେ ନିଜର ତିନିଚକିଆ ସାଇକେଲ ରେ ସୁଦୂର ୨୫ କିଲୋମିଟର ଦୂର କେନ୍ଦ୍ରାପଡ଼ା ସହର ରେ ଭିକ୍ଷା ବୃତ୍ତି କରନ୍ତି। ଏଥିରେ ଯାହା ରୋଜଗାର ହୁଏ କଷ୍ଟେମଷ୍ଟେ ଚଳିଯାନ୍ତି। ଥରେ ସେ ଖବର କାଗଜ ରୁ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ବିଷୟ ରେ ଜାଣିବାକୁ ପାଇଥିଲେ। ସହାୟତା ନିମନ୍ତେ ସଭାପତି ଶ୍ରୀଯୁକ୍ତ ଦମନ ମହାନ୍ତି ଙ୍କୁ ସପରିବାର ଭେଟିଥିଲେ। ଟ୍ରଷ୍ଟ ପକ୍ଷରୁ ଏହି ପରିବାର ର ପ୍ରାଥମିକ ତଦନ୍ତ କରାଯାଇଥିଲା। ଏହା ପରେ ଦିବ୍ୟାଙ୍ଗ ପ୍ରହଲ୍ଲାଦ ଙ୍କ ମନ ଅନୁଯାୟୀ ଏକ ଗ୍ରସୋରି ଦୋକାନ କରି ଦିଆଯାଇଥିଲା। ଏହି ଦୋକାନ ରେ ବିଭିନ୍ନ ପ୍ରକାର ର ରାସନ ସାମଗ୍ରୀ ଥିଲା। ସନ୍ଧ୍ୟା ସମୟରେ ବାଦାମ ବ୍ୟାପାର କରାଇବା ପାଇଁ କଞ୍ଚା ବାଦାମ ଓ ବିଟ ଲୁଣ ପ୍ରଦାନ କରାଯାଇଛି। ଏହି ଦୋକାନ ର ନାମ ଦିଆଯାଇଛି ଜଗନ୍ନାଥ ଭେରାଇଟି ଷ୍ଟୋର । ଜଣେ ଭିନ୍ନକ୍ଷମ ସମାଜ ପାଇଁ ବୋଝ ନୁହେଁ, ସେ ମଧ୍ୟ ସକ୍ଷମ। ସ୍ଥାୟୀ ସମାଧାନ ଯୋଜନା ରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଏହି ବାର୍ତ୍ତା ବୋଲି ଟ୍ରଷ୍ଟ ର ସଭାପତି ଶ୍ରୀଯୁକ୍ତ ଦମନ ମହାନ୍ତି ମତ ଦେଇଛନ୍ତି। ଦିବ୍ୟାଙ୍ଗ ପ୍ରହଲ୍ଲାଦ ଙ୍କୁ ଏହି ଦୋକାନ ହସ୍ତାନ୍ତର କରିବା ପରେ ତାଙ୍କ ଖୁସୀ କହିଲେ ନ ସରେ। ସେ ହସି ହସି କହିଦେଲେ ମତେ ଆଉ କାହା ଦୁଆର ଦୁଆର ବୁଲି ବାକୁ ପଡିବନି , ଏବେ ଲୋକେ ଆମ ଦୁଆର କୁ ଜିନିଷ ନେବାକୁ ଆସିବେ। ଏହି ସବୁ ଘଟଣା ଦେଖି ଗ୍ରାମବାସୀ ମାନେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର କାର୍ଯ୍ୟ କୁ ସାଧୁବାଦ ଜଣାଇଥିଲେ। ଆଜିର ଏହି କାର୍ଯ୍ୟକ୍ରମ ରେ ସହଯୋଗୀ ଭାଇ ମାନେ ହେଲେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ପଶୁପକ୍ଷୀ ସେବକ ହରିହର ନାୟକ, ଜୁଲୁ ସାହୂ, ସ୍ବାଗତ ମହାପାତ୍ର। ମନୋଜ କୁମାର ରାଉତ, ଆଲୋକ ମଲ୍ଲିକ, ମନୋରଞ୍ଜନ ପତ୍ରୀ,ଦିନେଶ ବାରିକ, ନିଗମ୍ ସାହୁ, ଭାବଗ୍ରାହୀ ସାହୁ, ତପନ କୁମାର ନାଥ, ପ୍ରମୋଦ କୁମାର ନାଥ, ବଳରାମ ଦାସ, ରଶ୍ମୀ ରଞ୍ଜନ ବାରିକ, ପ୍ରଶାନ୍ତ କୁମାର ଦାଶ, ବିଭବ ମହାନ୍ତି, ମନୋରଞ୍ଜନ ପତ୍ରୀ, ପ୍ରଦୋଷ ବିଶ୍ଵାଳ ଓ କାଳନ୍ଦୀ ମଲ୍ଲିକ।

/ March 25, 2025
No Comments