ଭୂବନେଶ୍ୱର, ୦୮/୦୨ : ଆସନ୍ତାକାଲି ବାରବାଟୀ ଷ୍ଟାଡିୟମରେ ହେବ ଭାରତ-ଇଂଲଣ୍ଡ ଟକ୍କର । ଶୁକ୍ରବାର ଦିନ ଭାରତ ଏବଂ ଇଂଲଣ୍ଡ ଦଳ ଭୁବନେଶ୍ଵରରେ ପହଞ୍ଚିଛନ୍ତି । ଆଜି ରୋହିତ ଶର୍ମାଙ୍କ ନେତୃତ୍ବରେ ଭାରତୀୟ ଦଳର ଅପରାହ୍ଣ ୫ଟାରେ ଅଭ୍ୟାସ କରିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି । ଇଂଲଣ୍ଡ ଟିମ୍ ଅଭ୍ୟାସ କରିବାକୁ ଯିବ ନାହିଁ । ଇଂଲଣ୍ଡ ଟିମର ଅପରାହ୍ଣ ୧ଟାରୁ ୪ ପର୍ୟ୍ୟନ୍ତ ଅଭ୍ୟାସ କରିବାର କାର୍ଯ୍ୟକ୍ରମ ଥିଲା ।
କିନ୍ତୁ ଟିମ କଟକ ନଯାଇ ଭୁବନେଶ୍ବର ଗଲ୍ଫ କ୍ଲବରେ ଖେଳିବେ ବୋଲି ଜଣାପଡିଛି । ଅଭ୍ୟାସ ଲାଗି ବାରବାଟୀ ଷ୍ଟାଡିମୟରେ ମୋଟ୍ ୬ଟି ପିଚ୍ ପ୍ରସ୍ତୁତ କରାଯାଇଛି। ପୁରୁଣା ପାଭଲିୟନ୍ ସମ୍ମୁଖରେ ଦୁଇଟି ପିଚ୍ ପ୍ରସ୍ତୁତ କରାଯାଇଥିବାବେଳେ ଗ୍ୟାଲେରୀ ନଂ ୩ ସମ୍ମୁଖରେ ଦୁଇଟି ପିଚ୍ ରହିଛି । ଏଥିସହ ମୁଖ୍ୟ ପିଚର ଉଭୟ ପାର୍ଶ୍ବରେ ଦୁଇଟି ପିଚ୍ ରହିଥିବା ଓସିଏର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।