ଢେଙ୍କାନାଳ : ଗୁଣ୍ଡିଚା ପଡ଼ା ଗ୍ରାମ ର ମା ଜେନା ଦେବୀ ଙ୍କ ଏଗାର ତମ ଓ ବାବା ଚନ୍ଦ୍ର ଶେଖର ମହଦେବ ଙ୍କ ବାର୍ଷିକ ଉତ୍ସବ ପାଇଁ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ ବଡ଼ ଜୋରା ଠାରୁ ପୂଜା ଅର୍ଚ୍ଚନା କରାଯାଇ ୬୦ ରୁ ଉର୍ଦ୍ଧ୍ବ ମହିଳା ଭକ୍ତ କଳସ ଧରି ଅଞ୍ଚଳ ପରିକ୍ରମା କରି ମନ୍ଦିର ପରିସର ମଧ୍ୟରେ ପହଞ୍ଚିଥିଲେ। ପହଞ୍ଚିଲା ପରେ ସ୍ତମ୍ଭ ତୋରଣ ପୂଜା, ମଣ୍ଡଳ ପୂଜା ଚଣ୍ଡୀ ପାଠ, ଅଗ୍ନି ସ୍ଥାପନ, ଅଗ୍ନି ସଂସ୍କାର, ସନ୍ଧ୍ୟା ଆଳତୀ। ୮ ତାରିଖ ସନ୍ଧ୍ୟାରେ ଅଙ୍କୁାରୋପଣ ପୂଜା ଅନୁଷ୍ଠିତ ହୋଇଥିଲା। ୧୧ ତାରିଖ ଦିନ ପୂର୍ଣ୍ଣାହୂତି ସହ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପୂଜକ ଶ୍ରୀ ସିଦ୍ଧେଶ୍ୱର ମିଶ୍ର, ପୂଜକ ଚିତ ରଂଜନ ମହାପାତ୍ର, ପୂଜକ ମନ ସୁମନ୍ ମିଶ୍ର, ପୂଜକ ଶ୍ରୀ କାନ୍ତ କୁମାର ନନ୍ଦ ଓ ରଜତ କୁମାର ରଥ ପ୍ରମୁଖ ପୂଜା ଅର୍ଚ୍ଚନା କରିଥିଲେ। ସଭାପତି କୁମୁଦିନୀ ମିଶ୍ର, ସମ୍ପାଦକ ପ୍ରସାନ୍ତ କୁମାର ସାହୁ, କର୍ତ୍ତା ଶ୍ରୀକାନ୍ତ କୁମାର ସାହୁ, କର୍ତ୍ତୀ ସୁଜାତା ସାହୁ। ନିଦ୍ରା ବତୀ ସାହୁ, ରେବତୀ ସାହୁ,ନିର୍ମଳ ସାହୁ ଏବଂ ମନ୍ଦୀର ପରିଚାଳନା କମିଟି ଓ ଗ୍ରାମବାସୀ ଙ୍କ ସହଯୋଗ ରେ ଏହି ବାର୍ଷିକ ଉତ୍ସବ ଅନୁଷ୍ଠିତ ହେଉଥିଲା।