ସମନ୍ଵିତ ପ୍ରାଥମିକ ଶିକ୍ଷକ ଫୋରମ୍ ର ରାଜ୍ୟ ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ

ଅଦ୍ୟ ତା ୦୯/୦୨/୨୦୨୫ ରବିବାର ଦିନ ସକାଳ ୧୦ ଘଟିକା ସମୟରେ ପଶ୍ଚିମାଞ୍ଚଳ ଶିକ୍ଷକ ଫୋରମ୍ ଆନୁକୁଲ୍ୟରେ ଝାରସୁଗୁଡ଼ା ଜିଲ୍ଲାର ସ୍ବରୁପ୍ ଗାର୍ଡେନ ରେ ପ୍ରାଥମିକ ଶିକ୍ଷକ ମାନଙ୍କର ରାଜ୍ୟ ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ରାମଲାଲ ପଟେଲ ଙ୍କ ସଭାପତିତ୍ବରେ ଓ ଲିଙ୍ଗରାଜ ବେହେରା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା । ସର୍ବପ୍ରଥମେ ମାଁ ସମଲେଶ୍ଵରୀ ଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା । ଏହି ବୈଠକରେ WOPTF,,OETA,OBETA,LEVEL A,MLE,GEETA,EX CADRE ସଂଗଠନ ର ସଭାପତି,ସମ୍ପାଦକ ତଥା ପ୍ରଥମ ଧାଡିର କର୍ମକର୍ତ୍ତା ମାନଙ୍କୁ ନେଇ ରାଜ୍ୟ ସରକାରଙ୍କୁ ୪୨୦୦ ଗ୍ରେଡ ପେ ଓ ୬ ଟି ନୋସନାଲ ଇନ କ୍ରିମେଣ୍ଟ ସହ ଚାକିରି କାଳକୁ ଗଣନା କରିବାପାଇଁ ଦାବି କରାଯାଇଥିଲା । ଯଦି ଏହି ଦାବୀ ଆସନ୍ତା ତା ୧୭/୦୨/୨୦୨୫ ମଧ୍ୟରେ ପୂରଣ ନ କଲେ ତା ୧୮/୦୨/୨୦୨୫ ରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଲୋୟର ପି ଏମ୍ ଜି ଭୁବନେଶ୍ୱର ରେ ଲକ୍ଷାଧିକ ପ୍ରାଥମିକ ଶିକ୍ଷକ ଧାରଣା ରେ ବସି ରହିବେ ବୋଲି ପ୍ରସ୍ତାବ ଗୃହୀତ ହୋଇଥିଲା । ଏହି ସଭାରେ ଅଶୋକ ସାହୁ,ଲଳିନ୍ଦ୍ର ଗୋଖରା, ବା ନାଏକ, , ଶ୍ରୀକାନ୍ତ ବାରିକ ,ସ୍ବାଧିନ କୁମାର ସାହୁ, ଚକାନନ୍ଦ କମ୍ପ ସରତ ସୁନା, ମହେସ ସେଠୀ ରାମଲାଲ ପଟେଲ ଲକ୍ଷ୍ମନ ପଟେଲ ସହଯୋଗ କରିଥିଲେ ।