(ମୁଦୁପୁର ଓ କାଦୁଅପଡା ପ୍ରାଥମିକ କୃଷି ସମବାୟ ସମିତି ରେ ମାତ୍ରାଧିକ କଟିନି ଛଟିନି ବେପାର )
ଜଗତସିଂହପୁର ତା =11/2/25ରାଜ୍ୟ ସରକାର କୃଷି ଓ କୃଷକ ର ଉନ୍ନତି ନିମନ୍ତେ ବିଭିନ୍ନ ପ୍ରକାର ଲୋକାଭିମୁଖୀ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି | ଚଳିତ ବର୍ଷ ଅଦିନିଆ ଲଘୁଚାପ ବର୍ଷା ବ୍ୟାପକ ଧାନ ଫସଲ ନଷ୍ଟ କରିବା ଦ୍ୱାରା କୃଷକ ର ମେରୁଦଣ୍ଡ ସମ୍ପୂର୍ଣ ଭାଙ୍ଗି ଯାଇଛି | ଅପର ପକ୍ଷରେ ରାଜ୍ୟ ସରକାର କୃଷକ ର ହିତ ନିମନ୍ତେ ଉଚିତ ଧାନ ର ଉଚିତ ମୂଲ୍ୟ ନିର୍ଧାରଣ କରିଛନ୍ତି | କୌଣସି ଧାନ ମଣ୍ଡିରେ ଆଉ କଟିନି ଛଟିନି ହେବନାହିଁ ବୋଲି ରୋକଠୋକ ଡିଣ୍ଡିମ ପିଟୁଛନ୍ତି |ସେଥିପାଇଁ ପ୍ରତ୍ୟେକ ଧାନ ମଣ୍ଡିରେ ସି ସି କ୍ୟାମେରା ଲାଗିଛି | ଜଣେ ସୁପର ଭାଇଜର, ଜଣେ ଆସିଷ୍ଟାଣ୍ଡ ସୁପର ଭାଇଜର, ଆଉ ଜଣେ ନିୟନ୍ତ୍ରିତ ବଜାର କମିଟି କର୍ମଚାରୀ କୁ ସରକାର ତଦାରଖ ଦାଇତ୍ୱ ଅର୍ପଣ କରିଛନ୍ତି | ସରକାରଙ୍କ ର ଏତେ ଲୋକାଭିମୁଖୀ ଯୋଜନା ବାଦ ଅଧିକାଂଶ ଧାନ ମଣ୍ଡିରେ ପୁରୁଣା ମୂଷା ଖୋଳ କରିବାରେ ଲାଗିପଡିଛନ୍ତି | ଯେଉଁଥିପାଇଁ ଚାଷୀ ଶୋଷଣ ଏବଂ ନିର୍ଯାତନା ର ଶିକାର ହେଉଛି | ପ୍ରତ୍ୟେକ ମଣ୍ଡିରେ ସରକାରୀ କର୍ମଚାରୀ ନିୟୋଜିତ କରାଯାଇଛି |ହେଲେ ମିଲର ଏବଂ ସମବାୟ ସମିତି ସମ୍ପାଦକ ଏବଂ ସଭାପତିମାନେ ଅନାମଧେୟ ବ୍ୟକ୍ତି ଙ୍କୁ ଦଲାଲ ଭାବେ ନିୟୋଜିତ କରି ଚାଷୀ ଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ସିଧାସଳଖ ଶୋଷଣ କରିବାରେ ସିଦ୍ଧହସ୍ତ ପାଲଟିଛନ୍ତି |ଖବର ନେବାରେ ଜଣା ଯାଇଛି ଜଗତସିଂହପୁର ଜ଼ିଲ୍ଲା ସଦର ମହକୁମା ଠାରୁ ମାତ୍ର ୮ କିଲୋମିଟର ଦୂର କାଦୁଅପଡା ଏବଂ ମୁଦୁପୁର ପ୍ରାଥମିକ କୃଷି ସମବାୟ ସମିତି ରେ ବ୍ୟାପକ ଅନିୟମିତତା ଦେଖିବାକୁ ମିଳିଛି | କୌଣସି ଜଣେ ବି ଚାଷୀ ଙ୍କୁ ଧାନ ଅଖା ପ୍ରଦାନ କରାଯାଇନାହିଁ | ଚାଷୀ ଙ୍କ ଅନିଚ୍ଛା ସତ୍ୟେ ଧାନ କ୍ଯୁଣ୍ଟାଲ ପିଛା ପାଞ୍ଚ ରୁ ଛ କେଜି କଟିନି ଛଟିନି କରାଯାଉଛି | ଧାନ ବସ୍ତା ପ୍ରତି ପନ୍ଦର ରୁ କୋଡିଏ ଟଙ୍କା କଣ୍ଟା ଓଜନ ଏବଂ ଲୋଡିଂ ନିମନ୍ତେ ଚାଷୀ ମାନଙ୍କ ଠାରୁ ସିଧା ସଳଖ ଟଙ୍କା ଆଦାୟ କରାଯାଉଛି |ସମବାୟ ସମିତି ସମ୍ପାଦକ ଏବଂ ମିଲର ଙ୍କ ମଧ୍ୟ୍ୟ ରେ ଭାଗବାଣ୍ଟାରେ ସିଧା ସଳଖ ଚାଷୀଙ୍କୁ ଶୋଷଣ କରାଯାଉଛି | ଜ଼ିଲ୍ଲାପାଳ କିମ୍ବା ଉପ ଜ଼ିଲ୍ଲାପାଳ ଏହା ର ତଦନ୍ତ କରୁନାହାନ୍ତି କି ବିଭିନ୍ନ ଧାନ ମଣ୍ଡି ପରିଦର୍ଶନ କରୁନାହାନ୍ତି |ଯେଉଁଥିପାଇଁ ଚାଷୀ ଶୋଷଣ ର ଶିକାର ହେଉଛି |ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ