କଟକ: ଏଣିକି ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ ମଧ୍ୟ ମିଳିବ ମଧ୍ୟାହ୍ନ ଭୋଜନ । ଏନେଇ ମଙ୍ଗଳବାର କଟକରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ଘୋଷଣା କରିଛନ୍ତି । ପୂର୍ବରୁ ଅଷ୍ଟମ ଶ୍ରେଣୀ ଯାଏ କେବଳ ମଧ୍ୟାହ୍ନ ଭୋଜନ ମିଳୁଥିବା ବେଳେ ଏଥିରେ ଏବେ ଏହି ଦୁଇ ଶ୍ରେଣୀ ପିଲାମାନେ ସୁବିଧା ପାଇବେ ।
ବିଦ୍ୟାଳୟରେ ପିଲା ମାନଙ୍କ ଉପସ୍ଥାନ ବୃଦ୍ଧି କରିବା ସହ ଛାତ୍ରଛାତ୍ରୀମାନେ ଯେଭଳି ପାଠରେ ଧ୍ୟାନ ଦେଇପାରିବେ ଏବଂ କୌଣସି ଛାତ୍ରଛାତ୍ରୀ ଯେପରି ଭୋକରେ ନରହିବେ ସେନେଇ ଏହି ବ୍ୟବସ୍ଥା କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।