( ପୁଅ, ବୋହୁ, ନାତି, ନାତୁଣୀ ଙ୍କ ଅସହ୍ୟ ନିର୍ଯାତନା ସହି ନପାରି ନ୍ୟାୟପାଇଁ ଉପ ଜ଼ିଲ୍ଲାପାଳ ଙ୍କ ଦ୍ୱାରସ୍ତ ବୃଦ୍ଧା ରଙ୍ଗଳତା )
ଜଗତସିଂହପୁର ତା =12/2/25ଜଗତସିଂହପୁର ଜ଼ିଲ୍ଲା ଏରସମା ଥାନା ରଇତସହି ଗ୍ରାମର ସତୁରି ବର୍ଷୀୟା ବୃଦ୍ଧା ରଙ୍ଗଲତା ଏବେ ଅସହାୟ, ନସହାୟ ଅବସ୍ଥାରେ ଜୀବନ ବିତାଉଛନ୍ତି | ସ୍ୱାମୀ ନିରଞ୍ଜନ ଙ୍କ ମୃତ୍ୟୁ ପରେ ରଙ୍ଗଲତା ଦିନେ ଖାଇଲେ ଦିନେ ଉପବାସ, ହଜାରେ ଟଙ୍କା ବାର୍ଦ୍ଧକ୍ୟ ଭତା ରେ ଦୁଃଖ କଷ୍ଟେ ଏକ ମାସ ଚଳୁଛି | ବୃଦ୍ଧା ଅବସ୍ଥାରେ କେହି ସହାୟ ହେଉନାହାନ୍ତି | ଅନେକ ଦୁଃଖ କଷ୍ଟ ରେ ଜୀବନ ବିତାଇବାକୁ ପଡୁଛି | ତିନି ଟି ପୁଅ, ବୋହୁ, ନାତି, ନାତୁଣୀ ହେଲେ ଦିନ କ ପାଇଁ ଖାଇବାକୁ ଦେବା ତ ଦୂରର କଥା ବୃଦ୍ଧା ରଙ୍ଗଲତା କୁ ଶାରୀରିକ, ମାନସିକ ନିର୍ଯାତନା ଦେଉଛନ୍ତି | ଘରୁ ବାହାରି ଯିବାକୁ କହୁଛନ୍ତି |ଅନେକ ନିର୍ଯାତନା ସହି ଘର କୋଣ ରେ ବୃଦ୍ଧା ରଙ୍ଗଲତା ଗୁମୁରିଗୁମୁରି କାନ୍ଦୁଛି | ଅସହାୟ ନିଃସହାୟ ବୃଦ୍ଧା ବୃଦ୍ଧ ମାନଙ୍କ ପାଇଁ ସରକାରୀ ନିର୍ଦ୍ଧେଶନାମରେ ଅନେକ ନୀତି ନିୟମ ରହିଛି ହେଲେ ତାହା ବାସ୍ତକ କ୍ଷେତ୍ରରେ କାର୍ଯ୍ୟକାରୀ ହେଉନାହିଁ |ଯେଉଁଥିପାଇଁ ବୃଦ୍ଧା ବୃଦ୍ଧି ମାନେ ପୁଅ ବୋହୁ, ନାତି, ନାତୁଣୀ ମାନଙ୍କ ଦ୍ୱାରା ନିର୍ଯାତନା ର ଶିକାର ହୋଇ ଅନେକ କିଛି ଭୁଲ ଭଟକା କରି ମୃତ୍ୟୁ କୁ ଆପଣେଇ ନେଉଛନ୍ତି ନଚେତ ଜରାଶ୍ରମରେ ଜୀବନ ବିତାଉଛନ୍ତି | ଏପରି କ୍ଷେତ୍ରରେ ଆଇନୀଗତ ସହାୟତା ଯୋଗାଇଦେବା ନିମନ୍ତେ ଜ଼ିଲ୍ଲା ର ଅଗ୍ରଣୀ ସ୍ଵେଛାସେବୀ ଅନୁଷ୍ଠାନ ବ୍ୟାସ ଫାଉଣ୍ଡେସନ ଅଧକ୍ଷା ସେହ୍ନମୟୀ ଆଚାର୍ଯ୍ୟ ବୃଦ୍ଧା ରଙ୍ଗଲତା କୁ ଆଇନୀଗତ ନ୍ୟାୟ ପ୍ରଦାନ ନିମନ୍ତେ ଜଗତସିଂହପୁର ଉପ ଜ଼ିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି | ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ