ଦିବା ଲୋକରେ ମହିଳାଙ୍କ ବେକରୁ ଲୁଟିନେଲେ ସୂନା ଚେନ ଦୁର୍ବୁତ୍ତ
ଜଗତସିଂହପୁର ତା =13/2/25ଜଗତସିଂହପୁର ଜ଼ିଲ୍ଲା ପିତେଇପୁର ପଞ୍ଚାୟତ କାଁପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି |କାଁପୁର ଗ୍ରାମର ପଣ୍ଡା ସାହି ଛକରେ ଅନେକ ବର୍ଷ ହେବ ସ୍ନେହମୟୀ ପଣ୍ଡା ଲେଡିଜି କର୍ଣ୍ଣର ଦୋକାନ କରି ବ୍ୟବସାୟ କରୁଥିଲେ | ହଠାତ ସ୍ଥାନୀୟ ଅଞ୍ଚଳ ର ଦୁଇ ଜଣ ଯୁବକ ବାଇକ ଯୋଗେ ଆସି ଡୋଭ ସାମ୍ପୋ ମାଗିଥିଲେ | ସେହ୍ନମୟୀ ସାମ୍ପୋ ଦେବା ସମୟରେ ଦୁର୍ବୁତ୍ତ ସ୍ନେହମୟୀ ଙ୍କ ବେକରେ ପଡ଼ିଥିବା ଅଠର ଗ୍ରାମ ର ସୂନା ଚେନ କୁ ଝାମ୍ପି ନେଇ ମୋଟର ସାଇକେଲ ଯୋଗେ ଦ୍ରୁତ ଗତିରେ ଫେରାର ହୋଇଯାଇଥିଲେ | ସ୍ନେହମୟୀ ସ୍ଥାନୀୟ ଜନସାଧାରଣ ଙ୍କୁ ଚିତ୍କାର କରି ଡାକ ପକାଇଥିଲେ ହେଲେ ଦୁର୍ବୁତ୍ତ ସେ ସମୟରେ ଫେରାର ହୋଇଯାଇଥିଲେ | ଏ ସମ୍ପର୍କ ରେ ସ୍ନେହମୟୀ ଜଗତସିଂହପୁର ସଦର ଥାନାରେ ଅଭିଯୋଗ କରିଛନ୍ତି | ସଦର ପୋଲିସ ଘଟଣାର ତଦନ୍ତ କରି ବିଭିନ୍ନ ସ୍ଥାନରେ ଥିବା ସି ସି ଟି ଭି ଯାଞ୍ଚ ଚଳାଇଛି | ତେବେ ଦିବାଲୋକରେ ଏଭଳି ଅଭାବନୀୟ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳ ରେ ଆଲୋଡନ ଦେଖାଦେଇଛି |ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ |