ଆଜି ତା ୧୩.02.୨୦୨୫ ରିଖ ପୂର୍ବାହ୍ନ ୧୧ ଘଟିକା ସମୟରେ ଢେଙ୍କାନାଳ ଜିଲ୍ଲା ସଦର ମହକୁମାରେ ଶ୍ରମିକ ସଚେତନ ରଥ ଉଦଘାଟିତ ହୋଇଛି । ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ସେଠିଙ୍କ ଦ୍ଵାରା ଉକ୍ତ ରଥ ଉଦଘାଟନ ହୋଇଅଛି । ଶ୍ରମିକ ସଚେତନ ରଥ ଏକ ମାସ ବ୍ୟାପି ଜିଲ୍ଲାର ସମସ୍ତ ବ୍ଲକ, ମୁନିସପାଲଟି,ଏନ.ଏ.ସି , ଶ୍ରମିକ ହାଟ, ଜନବହୁଳ ସ୍ଥାନ ଓ ନିର୍ମାଣ କ୍ଷେତ୍ରରେ ସଚେତନା ସୃଷ୍ଟି କରିବା ସହ ରାଜ୍ୟ ସରକାର ଓ ଶ୍ରମ ବିଭାଗର ଶ୍ରମିକ କଲ୍ୟାଣ ଯୋଜନା ଗୁଡିକ କିଭଳି ଲୋକଙ୍କ ପାଖରେ ପହଞ୍ଚି ପାରିବ ସେ ନେଇ ସଚେତନା ସୃଷ୍ଟି କରିବ । ବିଭିନ୍ନ ଶ୍ରମ କଲ୍ୟାଣ ବୋର୍ଡ ମାଧ୍ୟମରେ ମିଳୁଥିବା ଶ୍ରମିକ ସହାୟତା ଯଥା ଓଡିଶା କୋଠାବାଡି ଓ ଅନ୍ୟାନ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ, ଓଡିଶା ଅଣସଙ୍ଗଠିତ ଶ୍ରମିକ ସୁରକ୍ଷା ବୋର୍ଡ ମାଧ୍ୟମରେ ମିଳୁଥିବା ଶ୍ରମିକ ସହାୟତା , ତତସହିତ ଜିଲ୍ଲାକୁ ଶିଶୁ ଶ୍ରମିକ ମୁକ୍ତ ଓ ଅନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ ମାନଙ୍କ ଅଧିକାର ଏବ॰ ସେମାନଙ୍କ ନିମନ୍ତେ ଉଦ୍ଧିଷ୍ଟ ସରକାରୀ ନିୟମ ବିଷୟରେ ମଧ୍ୟ ସଚେତନତା ସୃଷ୍ଟି କରିବ । ଆଜିର ଉଦଘାଟନ ସଭାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ସେଠି, ଜିଲ୍ଲା ଶିଶୁ ମଙ୍ଗଳ କମିଟ ସଭାପତି ଶ୍ରୀଯୁକ୍ତ ପୁଷ୍ପକ ତ୍ରିପାଠୀ, ପ୍ରଭାଗୀୟ ଶ୍ରମ ଆଯୁକ୍ତ ଶ୍ରୀମତୀ ମୋନାଲିସା ନାୟକ, ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀମତୀ ରଶ୍ମିତା ନାୟକ (ପ୍ରବର୍ତ୍ତନ) ଓ ଶ୍ରୀଯୁକ୍ତ ତପନ କୁମାର ସୂତାର (କଲ୍ଯାଣ), ସହକାରୀ ଶ୍ରମ ଅଧିକାରୀ ଶ୍ରୀଯୁକ୍ତ ସଂଗ୍ରାମ ଦଳାଇ ଓ ଶ୍ରୀମତୀ ବୈଜୟନ୍ତୀ ମାଳା ମଲ୍ଲିକ ଏବ॰ ଜିଲ୍ଲା ଶ୍ରମ କାର୍ଯ୍ୟ।ଳୟର ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

/ March 23, 2025
No Comments