ସ୍ତ୍ରୀ ଚରିତ୍ରକୁ ସନ୍ଦେହ କରି ମଦ୍ୟପ ସ୍ଵାମୀ ମାଡରେ ସ୍ତ୍ରୀ ମୃତ ସ୍ଵାମୀ ଗିରଫ
ବଅଁରପାଳ,୧୫/୨ – ବଅଁରପାଳ ଥାନା ଅନ୍ତର୍ଗତ ନୂଆହତା ପଞ୍ଚାୟତ ପାଟଣା ସାହି ରେ ଥିବା ଏକ ଭଡା ଘରୁ ଏକ ମହିଳା ମୃତ ଦେହ ବଅଁରପାଳ ପୋଲିସ ଉଦ୍ଧାର କରିଛି ସୂଚନା ମୁତାବକ କେନ୍ଦୁଝର ଜିଲ୍ଲା ବଡବିଲ ଅଞ୍ଚଳର ଅଜୟ ସାମଲ ଙ୍କ ପୁଅ ସୁବ୍ରତ ସାମଲ ଦିର୍ଘ ୮ ବର୍ଷ ତଳେ ପାୟଲ ସାମଲ ଙ୍କୁ ପ୍ରେମ ବିବାହ କରିଥିଲେ। ସୁବ୍ରତ ମେରାମଣ୍ଡଳି ଟାଟା ଷ୍ଟିଲ କାରଖାନା ଫିଟର ଭାବେ କାମ କରୁଛନ୍ତି, ସେ ଦିର୍ଘ ଏକ ବର୍ଷ ହେଲା ନିଜର ପାଞ୍ଚ ବର୍ଷ ଝିଅ ସହିତ ସେହି ଭଡା ଘରେ ରହି ଆସୁଥିଲେ ସୁବ୍ରତ ଅଧିକାଂଶ ଦିନ ମଦ୍ୟପାନ କରି ଫେରୁଥିଲେ ଆଧିକାଂଶ ଦିନ ଘରେ ଝଗଡା ହେଉଥିଲା ସ୍ଵାମୀ ସୁବ୍ରତ କହିବା ମୁତାବକ ସ୍ତ୍ରୀ ପାୟଲ ଫୋନ ରେ ଅଧିକାଂଶ ପର ପୁରୁଷ ସହ କଥା ହେଉଛନ୍ତି ଏହାକୁ ନେଇ ଆଜି ଉଭୟ ଙ୍କ ମଧ୍ୟରେ ବଚସା ଚରମ ସୀମା ରେ ପହଁଚି ଥିଲା ଆଜି ଦ୍ବିପ୍ରହରେ ଖାଇବା ସାରିବା ପରେ ସ୍ଵମୀ ସୁବ୍ରତ ଉତକ୍ଷୀପ୍ତ ହୋଇ ସ୍ତ୍ରୀ ପାୟଲ କୁ ମୁହଁ କୁ ମୁଥ ମାରିଥିଲେ ଘଟଣା ସ୍ଥଳରେ ପାୟଲ ଅଚେତ୍ ହୋଇ ପଡିଯାଇଥିଲେ ସୁବ୍ରତ ଡାକିବାରୁ ପାୟଲ ଉଠିନଥିଲେ ପାୟଲ ମରି ଯାଇଥିବା ଭାବି ଭୟଭୀତ ହୋଇ ଘର ମାଲିକକୁ ଜଣାଇଥିଲେ ଘର ମାଲିକ ଥାନା କୁ ଜଣାଇବା ପରେ ବଅଁରପାଳ ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ପାୟଲ କୁ ଉଦ୍ଧାର କରି ଅନୁଗୋଳ ଡାକ୍ତରଖାନା ରେ ଭର୍ତି କରାଯାଇଥିଲା ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ପୋଲିସ ଅଭିଯୁକ୍ତ ସ୍ଵାମୀକି ଗିରଫ କରି ଅଧିକ ତଦନ୍ତ ଚଳାଇ ଥିବା ପୋଲିସ ସୂତ୍ରରୁ ପ୍ରକାଶ।