ମର୍ମାତୁଦ ସଡ଼କ ଦୃଘଟଣା ନାଳ ଭିତରେ କାର ମାରିଲା ଚିତପଟାଙ୍ଗ
ଜଗତସିଂହପୁର ତା=15/2/25କଟକ ମାଛଗାଁ ମୁଖ୍ୟ ରାସ୍ତା ର ଅରିଲୋ ଠାରେ ମର୍ମାତୁଦ ସଡ଼କ ଦୃଘଟଣା ଘଟିବାରୁ ବାଇକ ଚାଳକ ଦୁଇ ଜଣ ଗୁରୁତର ଆହାତ ହୋଇଥିବା ବେଳେ କାର ଟି ଭାରସାମ୍ୟ ହରାଇ ନାଳ ମଧ୍ୟ୍ୟକୁ ଖସିପଡି ସମ୍ପୂର୍ଣ ଓଲଟି ପଡିଛି |ଖବର ନେବାରେ ଜଣାପଡିଛି ବାଲିକୁଦା ରୁ OD02CE7984 ନମ୍ବର କାର ରେ ଚାରିଜଣ ଯାତ୍ରୀ କଟକ ରୁ ବାଲିକୁଦା ଆସୁଥିବା ବେଳେ ଜଗତସିଂହପୁର ରୁ ବାଲିକୁଦା ଅଭିମୁଖେ ଯାଉଥିବା ମୋଟର ସାଇକେଲ ସହିତ ମୁହାଁ ମୁହିଁ ଧକ୍କା ହୋଇଥିଲା |ବାଇକ ଚାଳକ ଗାଡି ସହ ଅନତି ଦୂରରେ ଛିଟିକି ପଡିବାରୁ ଦୁଇ ଯାତ୍ରୀ ଙ୍କର ହାତ ଭାଙ୍ଗି ଯାଇଥିଲା |ସଂଗେ ସଂଗେ ଆମ୍ବୁଲାନ୍ସ ଯୋଗେ ଜଗତସିଂହପୁର ଜ଼ିଲ୍ଲା ମୁଖ୍ୟ ଚିକିଛାଳୟରେ ଭର୍ତ୍ତି କରାଯାଇଥିଲା |ଦୁଇ ବାଇକ ଚାଳକ ଙ୍କ ଅବସ୍ଥା ଗୁରୁତର ଥିବାରୁ କଟକ ମେଡିକାଲ କୁ ସ୍ଥାନାନ୍ତର କରାଯାଇଥିବା ବେଳେ କାର ଟି ମୁହାଁ ମୁହିଁ ଧକ୍କା ହେବା ଦ୍ୱାରା ଭାରସାମ୍ୟ ହରାଇ ନାଳ କୁ ଖସି ପଡିଥିଲା |ସ୍ଥାନୀୟ ଜନ ସାଧାରଣ କାର କାଚ ଭାଙ୍ଗି ଯାତ୍ରୀ ଙ୍କୁ ଉଦ୍ଧାର କରିଥିଲେ |ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ