ଧାନ ସଂଗ୍ରହ ବେଳେ ଜ଼ିଲ୍ଲା ପ୍ରଶାସନ ର ରାଇସ ମିଲ ଉପରେ ବାରମ୍ବାର ଚଢ଼ାଉ ଆଇନିଗତ ନାଁ ପ୍ରାୟୋଜିତ ସାଧାରଣ ରେ ପ୍ରଶ୍ନବାଚୀ….?
ଜଗତସିଂହପୁର ତା =16/2/25 ଜଗତସିଂହପୁର ଜିଲ୍ଲାର ବାଲିକୁଦା ବ୍ଲକ ଅନ୍ତର୍ଗତ ଡେଙ୍ଗାପୋଲ ଠାରେ ନିର୍ମାଣ କରାଯାଇଛି ଓଡ଼ିଶାର ସର୍ବ ବୃହତ ରାଇସ ମିଲ | ଏହି ରାଇସ ମିଲ ନିର୍ମାଣ ନିମନ୍ତେ ଜ଼ିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ସମସ୍ତ ପ୍ରକାର ସହଯୋଗ ଯୋଗାଇଦେଇଥିଲେ | ଗତ ଡିସେମ୍ବର ମାସରେ ରାଇସ ମିଲ କାର୍ଯ୍ୟ ପୂର୍ଣ୍ଣାଙ୍ଗ କରାଯିବା ପରେ ଉପ ମୁଖ୍ୟମନ୍ତ୍ରୀ ଏବଂ ଶିଳ୍ପ ମନ୍ତ୍ରୀ ଏହି ରାଇସ ମିଳକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ |ତାହା ର ପରବର୍ତ୍ତୀ ସମୟରେ ରାଇସ ମିଲ କର୍ତ୍ତୃପକ୍ଷ ସରକାର ଙ୍କ ସମସ୍ତ ନୀତି ନିୟମକୁ ଆଧାରକରୀ ସ୍ଥାନୀୟ ଅଞ୍ଚଳ ରୁ ହଜାର ହଜାର କ୍ଯୁଣ୍ଟାଲ ଧାନ ଚାଷୀ ମାନଙ୍କ ଠାରୁ ସଂଗ୍ରହ କରିଥିଲେ |ହେଲେ ବିଡମ୍ବନ୍ନା ର ବିଷୟ ଜଗତସିଂହପୁର ଜ଼ିଲ୍ଲା ପ୍ରଶାସନ କୌଣସି କାରଣ ନ ଦର୍ଶାଇ ରାଇସ ମିଲ ଉପରେ ଜ଼ିଲ୍ଲା ଯୋଗାଣ ବିଭାଗ, ପୋଲିସ୍ ପ୍ରଶାସନ ଓ ବାଲିକୁଦା ର ଅତିରିକ୍ତ ତହସିଲଦାର ଙ୍କ ଜରିଆରେ କ୍ରମାଗତ ଭାବେ ଚଢ଼ାଉ କରିବା ଦ୍ୱାରା ରାଇସ ମିଲ କର୍ତ୍ତୃପକ୍ଷ ଶାରୀରିକ ଏବଂ ମାନସିକ ନିର୍ଯାତନା ର ଶିକାର ହେଉଥିବା ଅଭିଯୋଗ କରିଛନ୍ତି | ଏଠାରେ ପ୍ରଶ୍ନ୍ନ ଉଠୁଛି ଜଗତସିଂହପୁର ଜ଼ିଲ୍ଲା ବ୍ୟାପି ଗୋଟିଏ ପଟେ ଚାଷୀ ମାନଙ୍କଠାରୁ ପର୍ଯ୍ୟାପ୍ତ ପରିମାଣ ରେ ଧାନ ସଂଗ୍ରହ ହେଇଥିବା ବେଳେ ଜ଼ିଲ୍ଲା ର ଧାନ ମଣ୍ଡି ଦାଇତ୍ୱ ରେ ଥିବା ପ୍ରଶାସନିକ ଅଧିକାରୀ ସେଠାରେ ଉପସ୍ଥିତ ନ ରହି କୌଣସି କାରଣ ନ ଦର୍ଶାଇ ମିଲ କୁ ବେଆଇନି ଭାବେ ଚଢ଼ାଉ କରିବାର ଅସଲ ଉଦେଶ୍ୟ କଣ ହୋଇପାରେ ତାହା ବୁଦ୍ଧିଜୀବୀ ଜନ ସାଧାରଣ ଙ୍କୁ ଚକିତ କରିଛି | ଏ ସମ୍ପର୍କ ରେ ରାଇସ ମିଲ ଚଢ଼ାଉ କରୁଥିବା ଭିଭାଗୀୟ ଅଧିକାରୀ ଗଣ ମାଧ୍ୟମକୁ କୈଣସି ବିବୃତି ଦେବାକୁ ରୋକ ଠୋକ ମନା କରିଛନ୍ତି | ହେଲେ ରାଇସ ମିଲ କର୍ତ୍ତୃପକ୍ଷ ବେଆଇନ ଚଢ଼ାଉ କୁ କଟୁ ସମାଲୋଚନା କରିବା ସହିତ ଏହି ବେଆଇନି ପ୍ରାୟୋଜିତ ଚଢ଼ାଉ କାର୍ଯ୍ୟକ୍ରମ ର ଅସଲ ଉଦେଶ୍ୟ କଣ ହୋଇପାରେ ତାହା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି |ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ