ସିଜି ମାଳି ଖନନ ପାଇଁ ବିରାଟ ଜନସମାବେଶ ଓ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବୀ ପତ୍ର ପ୍ରଦାନ

ଭବାନୀପାଟଣା କଳାହାଣ୍ଡି ଜିଲ୍ଲାର ଆଦିବାସୀ ବହୁଳ ବ୍ଳକ୍ ଏହି ବ୍ଳକ୍ ଅଧିନରେ ଥିବା ସିଜିମାଳି ପାହାଡ଼ ଏହାରି ବକ୍ଷରୁ ଖଣି ଖନନ ପାଇଁ ଏହି ବ୍ଳକ୍ ର ୨୪ଗୋଟି ଗ୍ରାମପଞ୍ଚାୟତ ର ୩୦୦ ଶହରୁ ଉର୍ଦ୍ଧ ଗ୍ରାମ ର ହାରାହାରି ୧୫ ହଜାର ଅଞ୍ଚଳବାସୀ ଭବାନୀପାଟଣା ସହର ସ୍ଥିତ ଲାଲ ବାହାହଦୂର

ଖେଳପଡ଼ିଆଠାରୁ ବିରାଟ ପଟୁଆରରେ ବାହାରି ସହରର ବିଭିନ୍ନ ଛକ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ମୈତ୍ରୀ କମ୍ପାନୀ ସପକ୍ଷରେ ବିଭିନ୍ନ ସ୍ଲୋଗାନ ଦେବା ସହ ୧୫ହଜାରୁ ଉର୍ଦ୍ଧ ଦସ୍ତଖତ ଥିବା ଏକ ଦାବୀ ପତ୍ର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ। ଦାବି ପତ୍ରରେ ମୁଖ୍ୟତ ଖଣି ଖନନ ଯଥା ଶୀଘ୍ର ଆରମ୍ଭ କରାଯାଉ.ଏହାଦ୍ୱାରା ଅଞ୍ଚଳର ୧୦ ହଜାରୁ ଉର୍ଦ୍ଧ ପରିବାର ଆର୍ଥିକ ସ୍ୱାସ୍ଥ୍ୟସେବା ସହ ଶିକ୍ଷାପାଇପାରିବେ। କମ୍ପାନୀଦ୍ୱାରା ଅଞ୍ଚଳରେ ବହୁ ଉନ୍ନୟନ କାର୍ଯ୍ୟ ସହ ୪୫ଗୋଟି ମନ୍ଦିର ବିଭିନ୍ନ ସ୍ଥାନରେ ନିର୍ମାଣ କାର୍ଯ୍ୟ ହୋଇଛି। ମୁଖ୍ୟତ ଜିଲ୍ଲାରେ ବିରାଟ ଏକ ସମସ୍ୟାମୁଣ୍ଡ ଟେକିଛି ଦାଦନ ସମସ୍ୟା ଖଣି ଖନନ ହେଲେ ଏ ସମସ୍ୟା ଦୂର ହୋଇପାରିବ ବୋଲି ଦାବିପତ୍ର ପ୍ରଦାନ କରାଯାଇଛି।କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରୁ ନାରାୟଣ ପ୍ରସାଦ ନାୟକ ଙ୍କ ରିପୋର୍ଟ