ଓଡ଼ିଶା ମେକାନିକାଲ ମହାସଂଘ ର ଜିଲ୍ଲାସ୍ତରୀୟ ସମ୍ମିଳନୀ
କଟକ ଜିଲ୍ଲା ଟାଙ୍ଗି ଥାନା ଅନ୍ତର୍ଗତ ମଙ୍ଗୁଳି ସ୍ଥିସ୍ତ ବ୍ରାହ୍ମଣି ଦେବୀ ମନ୍ଦିର ପ୍ରାଗଣରେ ଓଡ଼ିଶା ମେକାନିକାଲ ମହାସଙ୍ଘର ରାଜ୍ୟସ୍ତରିୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ମହାସଙ୍ଘର ସଭାପତି ଶ୍ରୀଯୁକ୍ତ ଅରକ୍ଷିତ ରାଉଳ ସଭାପତିତ୍ୱ କରିଥିଲେ। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପ୍ରାୟ ତିନି ଶହରୁ ଉର୍ଦ୍ଧ୍ବ ମେକାନିକାଲ ମାନେ ସମ୍ମିଳନୀରେ ଯୋଗ ଦେଇଥିଲେ। ମୁଖ୍ୟ ଅତିଥିମାନଙ୍କୁ ସମ୍ମାନିତ କରି ମଞ୍ଚରେ ଦୀପ ପ୍ରଜ୍ବଳନ କରାଯାଇଥିଲା । ବିଭିନ୍ନ ଜିଲ୍ଲାରୁ ଆସିଥିବା ମେକାନିକାଲ ମାନଙ୍କୁ ମଧ୍ୟ ପୁଷ୍ପ ଓ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା । ଓଡ଼ିଶା ମେକାନିକାଲ ମହାସଙ୍ଘର ସଭାପତି ଶ୍ରୀଯୁକ୍ତ ରାଉଳ ତାଙ୍କ ଅଭିଭାଷଣରେ କହିଥିଲେ ମେକାନିକାଲ ମହାସଂଘର ଉଦ୍ଦେଶ୍ୟ ହେଉଛି ମେକାନିକାଲ ମାନେ ବିପଦରେ ପଡ଼ିରେ ସଂଘ ପକ୍ଷରୁ ସାହାଯ୍ୟ କରିବା ସହିତ ସଂଘ ପକ୍ଷରୁ ସମାଜ ସେବା ପାଇଁ ଗରିବ ଲୋକମାନଙ୍କୁ ବିପଦ ସମୟରେ ସାହାଯ୍ୟ କରିବା । ରକ୍ତଦାନ ଶିବିର, କମଳ ବଣ୍ଟନ,ବୃକ୍ଷ ରୋପଣ, ମାଗଣା ସ୍ବାସ୍ଥ ଶିବିର ଆୟୋଜନ ଆଗାମୀ ଦିନରେ କରାଯିବ ବୋଲି ସଂଘର ସଭାପତି କହିଥିଲେ । ଏହି କାର୍ଯ୍ୟକ୍ରମ ରେ ଉପସଭାପତି ବିର ପାଲ ସିଂହ, ସମ୍ପାଦକ ଆଲମ୍ ଖାଁ, ସହସମ୍ପାଦକ ସ୍ କେ ଲୋକମନ୍, କୋଷାଧ୍ୟକ୍ଷ ସ୍ କେ ସକୁର, ଆଇନ ପରାମର୍ଶଦାତା ବିଜୟ କୁମାର ମହାନ୍ତି ଯୋଗଦେଇଥିଲେ।
ଚୌଦ୍ଵାର ରୁ ପବିତ୍ର କୁମାର ମହାନ୍ତି ଙ୍କ ରିପୋର୍ଟ ଜାଗ୍ରତ ଭାରତ ନିୟୁଜ୍।