କେନ୍ଦୁଝରଜିଲ୍ଲା ୫୨୦ନମ୍ବର ରାଜପଥରେ ଜଗିଛନ୍ତି ଜମଦୂତ, କୁମ୍ଭକର୍ଣ୍ଣ ନିଦ୍ରାରେ ଆଞ୍ଚଳିକ ପ୍ରଶାସନ।
କେନ୍ଦୁଝର ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ୫୨୦ରେ ଯଜିଛନ୍ତି ଜମଦୂତ, କିନ୍ତୁ ନିରୁପାୟ ଆଞ୍ଚଳିକ ପ୍ରଶାସନ ଅଧିକାରୀ। ଯିଏ ମରୁ ଅବା ଦରମାରା ହେଉ ତାଙ୍କର ପକେଟ୍ ଗରମ୍ ହେଲେ ଗଲା। ଆଞ୍ଚଳିକ ପ୍ରଶାସନ ଯେମିତି ଆଖିବୁଜି କୁମ୍ଭକର୍ଣ୍ଣ ନିଦ୍ରାରେ। ସରକାର ଆମର ପକେଟ୍ ଗରମ୍ ହବ ଆମର, କିଏ ବା କଣ କରିବ, ଆମ ଇଚ୍ଛା ଅନୁସାରେ ଲୁଟିବୁ ଯିଏ ମରୁଛି ମରୁ। ସବୁ ନିୟମ ଯାଉ ଚୂଲିକୁ, ପୋଷ୍ଟର ବ୍ୟାନର ରେ କାମ ସରିଲେ ଗଲା। ଏହି ରାଜପଥରେ ଦୈନଦିନ ଦୁର୍ଘଟଣା ଘଟିବାର ପରିଲକ୍ଷିତ ହେଉଛି, ହେଲେ ଆଞ୍ଚଳିକ ପ୍ରଶାସନ ନିଜ ପକେଟ୍ ଗରମ୍ କରିବାରେ ବ୍ୟସ୍ତ ଭଳି ମନେହୁଏ। ସେଇଭଳି ଏକ ଆଜି ଦୁର୍ଘଟଣା ସାମ୍ନାକୁ ଆସିଛି, କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ 520 ନମ୍ବର ଜାତୀୟ ରାଜପଥ ରାମଚନ୍ଦ୍ରପୁର ନିକଟରେ ଦୁଇ ବାଇକ୍ ମୁହାମୁହିଁ ଧକ୍କାରେ ଜଣେ ମୣତ ହୋଇଥିବା ବେଳେ ୪ ଗୁରୁତର ନେଇ ସୂଚନା। ସୋମବାର ସନ୍ଧ୍ୟାରେ ଏହି ଦୁର୍ଘଟଣା ଘଟିଥିବା ନେଇ ସୂଚନା। ମୃତକ ବାସୁଦେବପୁର ଅଞ୍ଚଳର ବାସୁଦେବ ନାଏକ । ସମସ୍ତ ୪ ଜଣ ଗୁରୁତରଙ୍କୁ ନିକଟସ୍ଥ ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ ଦୁଇଟି ବାଇକ୍ ମଧ୍ୟରୁ ଗୋଟିଏ ବାଇକ୍ ରଙ୍ଗ୍ ରୁଟ୍ ରେ ଯାଉଥିବା ବେଳେ, ସାମ୍ନାରୁ ଆସୁଥିବା ବାଇକ୍ ସହ ମୁହାଁ ମୁହିଁ ଧକ୍କା ହୋଇଥିଲା । ଗୋଟିଏ ବାଇକ୍ ରେ ୨ ଜଣ ଓ ଅନ୍ୟ ଏକ ବାଇକ୍ ରେ ୩ ଜଣ ବସିଥିବା ନେଇ ସୂଚନା। ଆହତମାନେ ହେଲେ, ଲୁଣ ଗୋଠାଣି ଗାଁ ର ଶଙ୍କର ମୁଣ୍ଡା, ରୁଗୁଡ଼ି ଗାଁ ର ଡାବର ମୁଣ୍ଡା, ମର୍ସୁଆଁ ଅଞ୍ଚଳର ଦଶରଥ ପାତ୍ର ଏବଂ ରଘୁଆଳ ସାହିର ୧୦ ବର୍ଷର ନା’ବାଳକ ଜୀବନ ମୁଣ୍ଡା । ଚମ୍ପୁଆ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ୍ କରିବା ସହ ଅଧିକ ତଦନ୍ତ ଚଳାଇଥିବା ନେଇ ସୂଚନା।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ