ଫେବୃଆରୀ ୨୦ ରୁ କଟକ ଇଣ୍ଡୋର୍ ଷ୍ଟାଡିୟମ୍ ରେ ହେବ କବାଡି ମହାକୁଂଭ,ଯୋଗଦେବେ ୩୦ ଟି ରାଜ୍ୟ ର ପ୍ରତିଭାବାନ ଖେଳାଳି।।ଓଡ଼ିଶା କବାଡି ସଂଘ ତଥା ଓଡ଼ିଶା ସରକାର ଙ୍କ କ୍ରୀଡା ବିଭାଗ ସହଯୋଗରେ ଚଳିତ ମାସ ଫେବୃଆରୀ ୨୦ ରୁ ୨୩ ତାରିଖ ପର୍ଯ୍ୟନ୍ତ କଟକ ଇଣ୍ଡୋର ଷ୍ଟାଡିୟମ୍ ରେ ଅନୁଷ୍ଠିତ ହେବ କବାଡି ମହାକୁଂଭ,୩୦ ଟି ରାଜ୍ୟ ତଥା ୪ ଟି ବିଭାଗୀୟ ଦଳ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ,ରାଜ୍ୟ,ଜାତୀୟ ଓ ଅର୍ନ୍ତଜାତୀୟ ସ୍ତରରେ ୪୫୦ ରୁ ଉର୍ଦ୍ଧ୍ବ ପ୍ରତିଭାବାନ ଖେଳାଳି ମାନେ ଏହି ପ୍ରତିଯୋଗିତାରେ ପ୍ରତିନିଧିତ୍ଵ କରୁଥିବା ବେଳେ ୫୦ ରୁ ଉର୍ଦ୍ଧ୍ବ ପ୍ରୋ କବାଡି ଖେଳାଳି ମଧ୍ୟ ଏଥିରେ ଅଂଶଗ୍ରହଣ କରିବେ,ଓଡ଼ିଶା ସରକାରଙ୍କ କ୍ରୀଡା ବିଭାଗ ୭୧ ତମ ଜାତୀୟ ସିନିୟର୍ କବାଡି ପ୍ରତିଯୋଗିତା ରେ ସଫଳ ଆୟୋଜନ ପାଇଁ ସମସ୍ତ ପ୍ରକାର ସହଯୋଗ କରୁଥିବା ବେଳେ ଏହି ବିଭାଗୀୟ ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ତଥା ଦିଗ୍ଦର୍ଶନ ରେ ସମସ୍ତ କାର୍ଯ୍ୟ ସୁଚାରୁ ରୂପେ କରାଯାଇଛି ବୋଲି ଏହାର ସଭାପତି ତଥା ଉପଦେଷ୍ଟା ଆଜିର ପ୍ରେସ ମିଟ୍ ରେ କହିଛନ୍ତି।