( ସ୍ୱର୍ଗବ୍ରହ୍ମପୁର ଗ୍ରାମବାସୀ ପାଳିଲେ ହନୁମାଙ୍କଡ଼ ( ମନୁଆଁ) ର ଚଉଦ ବର୍ଷ ପୂର୍ତ୍ତୀ
ଜଗତସିଂହପୁର ତା 18/2/25ଜଗତସିଂହପୁର ଜ଼ିଲ୍ଲା ରଘୁନାଥପୁର ବ୍ଲକ ସ୍ୱର୍ଗବ୍ରହ୍ମପୁର ଗ୍ରାମ ପଞ୍ଚାୟତ ବାସୀ ଙ୍କ ଆନନ୍ଦ କହିଲେ ନସରେ | ମନୁଆଁ ନାମକ ଏକ ହନୁମାଙ୍କଡ଼ ଆଜକୁ ଚଉଦ ବର୍ଷ ପୂର୍ବେ ସ୍ୱର୍ଗବ୍ରହ୍ମପୁର ପଞ୍ଚାୟତ ରେ ଘରେ ଘରେ ସୁପରିଚିତ | ଅନୁଆଁ ହନୁମାଙ୍କଡ଼ ପଶୁ ହେଲେ ମଧ୍ୟ୍ୟ ସ୍ୱର୍ଗବ୍ରହ୍ମପୁର ପଞ୍ଚାୟତବାସୀ ଙ୍କ ମନରେ ମନୁଆଁ ପ୍ରତି ଥିଲା ଅତ୍ୟନ୍ତ ସେହ୍ନ, ଶ୍ରଦ୍ଧା,ଭଲ ପାଇବା |ଯେ କେହି ବ୍ୟକ୍ତି ମନୁଆଁ ବୋଲି ଡାକ ମାରିବା କ୍ଷଣି ମନୁଆଁ ମାଙ୍କଡ଼ ଯେଉଁଠି ଥାଉନାଁ କାହିଁକି ସଂଗେ ସଂଗେ ତା ପାଖରେ ଆସି ହଜାର ହେଉଥିଲା | ପ୍ରତ୍ୟେକ ମଣିଷ ସହିତ ଭାଇପଣିଆ ରକ୍ଷା କରିଥିଲେ |ଏପରିକି ପଞ୍ଚାୟତ ବାସୀ ଙ୍କ ଭୋଜି ଭାତ ରେ ଆଗ ମନୁଆଁ ମାଙ୍କଡ଼ ଙ୍କୁ ଖୋଜା ପଡୁଥିଲା |ହେଲେ ମନୁଆଁ ର ମୃତ୍ୟୁ ପରେ ସ୍ୱର୍ଗ ବ୍ରହ୍ମପୁର ପଞ୍ଚାୟତ ବାସୀ ଦୁଃଖ ରେ ଭାଙ୍ଗି ପଡିଵା ସହିତ ମନୁଆଁ ମାଙ୍କଡ଼ କୁ ସମାଧି ଦେଇଥିଲେ | ମନୁଆଁ ମାଙ୍କଡ଼ ର ସ୍ମୁତି କୁ ଉଦ୍ଜୀବିତ କରି ରଖିବା ନିମନ୍ତେ ପଞ୍ଚାୟତ ବାସୀ ଙ୍କ ସାହାଯ୍ୟ ସହଯୋଗ ରେ ମନୁଆଁ ମାଙ୍କଡ଼ ସମାଧି ସ୍ଥଳ ରେ ଏକ ହନୁମାନ ମନ୍ଦିର ନିର୍ମାଣ କରି ପ୍ରତିବର୍ଷ ବାର୍ଷିକ ଉଛବ ମହାସମାରୋହରେ ପାଳନ କରନ୍ତି | ଏହି ଉପଲକ୍ଷେ ତିନିଦିନ ଧରି ପ୍ରବଚନ, ଭଜନ ସଂକୀର୍ତନ, କଳସ ଶୋଭାଯାତ୍ରା ର ଆୟୋଜନ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ଏହି ସମସ୍ତ କାର୍ଯ୍ୟକ୍ରମ କୁ ନିହାର ଶତପଥୀ, ଦେବାଶିଷ ସାହୁ, ବିଶ୍ୱ ଭୂଷଣ ମହାନ୍ତି, ସୁରେଶ ଶତପଥୀ ପ୍ରମୁଖ ପରିଚାଳନା କରିଥିଲେ |ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ



