ଭୂବନେଶ୍ୱର, ୧୮/୦୨ : ଆଇଏଏସ ପଦରୁ ଇସ୍ତଫା ଦେଇଛନ୍ତି ବିଷ୍ଣୁପଦ ସେଠୀ । ମୁଖ୍ୟ ଶାସନ ସଚିବଙ୍କୁ ପଠାଇଛନ୍ତି ନିଜର ଇସ୍ତଫା । ନିଜର ଇସ୍ତଫା ପତ୍ରରେ ଲେଖିଛନ୍ତି ଯେ, ୧୯୯୫ ବ୍ୟାଚର ଜଣେ ପ୍ରଶାସନିକ ଅଧିକାରୀ ଭାବେ ନିରନ୍ତର ଓ ନିସ୍ୱାର୍ଥପର ସେବା ଯୋଗାଇଆସିଛି । କିନ୍ତୁ ଆଜି ହଠାତ୍ ମୋ ଘରେ ସିବିଆଇ ଚଢାଉ କରିବା ନିହାତି ଦୁର୍ଭାଗ୍ୟଜନକ ।
ବିନା FIRରେ କିପରି ମୋ ଘରେ ରେଡ୍ କରାଗଲା ସେ ପ୍ରଶ୍ନ କରିଛନ୍ତି । ସେ ଆହୁରି କହିଛନ୍ତି ଏସବୁ ଉଦ୍ଦେଶ୍ୟ ପ୍ରଣୋଦିତ । ଏସବୁରେ ଅତିଷ୍ଟ ହୋଇ ମୁଁ ଆଜି ମୋ ପଦରୁ ଇସ୍ତଫା ଦେଉଛି । ମୋ ପ୍ରତି ଅବିଚାର ହୋଇଥିବା ସେ ସ୍ପଷ୍ଟ କରିଛନ୍ତି ।ତେବେ ତାଙ୍କ ଇସ୍ତଫା ପତ୍ରକୁ ଏଯାଏଁ ଗ୍ରହଣ କରାଯାଇନି । ଆଜି ସକାଳେ ବିଷ୍ଣୁପଦ ସେଠୀଙ୍କ ଘରେ ରେଡ୍ କରିଥିଲା ସିବିଆଇ । ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀ ଲିଙ୍କ୍କୁ ନେଇ ୮ ଜଣିଆ ଟିମ୍ର ଖୋଳତାଡ । ବିଷ୍ଣୁପଦ ସେଠୀଙ୍କ ସରକାରୀ ବାସଭବନରେ ରେଡ୍ କରାଯାଉଛି । ସକାଳୁ ସକାଳୁ ରେଡ୍ କରିଛି ସିବିଆଇ । ବିଷ୍ଣୁପଦଙ୍କ ଭୁବନେଶ୍ବର ସ୍ଥିତ ସରକାରୀ ଭବନରେ ଚାଲିଛି ରେଡ୍।