ଭୂବନେଶ୍ୱର, ୧୯/୦୨ : ଜୟପୁର ବୋରିଗୁମ୍ମା ବୋଦାଗୁଡା ରାସ୍ତାମଝିରେ ଘଟିଛି ଦୁର୍ଘଟଣା । ଟ୍ରକରେ ବାଇକ ପିଟିହୋଇ ବାଇକ ଆରୋହୀଙ୍କ ସମେତ ୨ଜଣଙ୍କର ମୃତ୍ୟୁ ହୋଇଛି । ଜଣେ ଗୁରୁତର ହୋଇଛନ୍ତି । ମୃତ ଦୁଇ ଯୁବକ ବୋରିଗୁମ୍ମା ବୋଦାଗୁଡା ଅଞ୍ଚଳର ବୋଲି ସୂଚନା ମିଳିଛି । ଅନ୍ୟପଟେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଗୁରୁତର ରୋଗୀକୁ ଆଣି ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ ।ଏଥିସହିତ ଘଟଣା ସ୍ଥଳରେ ଉତ୍ତେଜିତ ଲୋକଙ୍କୁ ବୁଝାସୁଝା ସହ ଘଟଣାର ତଦନ୍ତ କରୁଛି ।

/ March 23, 2025
No Comments