ଭୂବନେଶ୍ୱର: ଆସନ୍ତା ଶିକ୍ଷାବର୍ଷରେ ୪୫ ହଜାର ପ୍ରାଥମିକ ବିଦ୍ୟାଳୟରେ ଖୋଲାଯିବ ଶିଶୁ ବାଲ ବାଟିକା ୩ । ସୋମବାର ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଜେଟରେ ଏନେଇ ଘୋଷଣା କରିଥିବା ବେଳେ, ମଙ୍ଗଳବାର ଏନେଇ ପ୍ରତିକ୍ରିୟା ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।
ମନ୍ତ୍ରୀ କହିଛନ୍ତି ଯେ, ଛୋଟ ପିଲାଠାରୁ ଆରମ୍ଭ କରି ଉଚ୍ଚ ଶିକ୍ଷା ପର୍ଯ୍ୟନ୍ତ ପିଲାଟିଏ କିଭଳି ତାର ଗୁଣାତ୍ମକ ଶିକ୍ଷା ବୃଦ୍ଧି କରିବ ସେନେଇ ଯୋଜନା ଚାଲିଛି ।