ଚମ୍ପୁଆବ୍ଲକ ମଙ୍ଗଳପୁରରେ ପରିବାଚାଷ ଉଜାଡିଲେ ହାତୀପଲ, ଭାଙ୍ଗିପଡିଛନ୍ତି ଚାଷୀ lକେନ୍ଦୁଝର ଜିଲ୍ଲାରେ ବଣୁଆ ହାତୀଙ୍କ ଉତ୍ପାତ ଆତଙ୍କିତ ଅବସ୍ଥାରେ ଚାଷୀ ବିଗତ ଦିନରେ ମଧ୍ୟ ଏହି କେନ୍ଦୁଝର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ହାତୀପଲ ଉତ୍ପାତ୍ କରିବା ସହ ଏକର ଏକର ଜମିରେ କରାଯାଇଥିବା ଚାଷ ନଷ୍ଟ କରିଥିବା ଦେଖିବାକୁ ମିଳିଥିଲା।ସୂଚନା ଅନୁଯାୟୀ ଗତକାଲି ରାତି ଚାରି ଟିକିଆ ହାତୀପଲ ଚମ୍ପୁଆବ୍ଲକ ଭଣ୍ଡା ପଞ୍ଚାୟତ ଅନ୍ତର୍ଗତ ମଗଂଳପୁର ଗାଁ ରେ ପଶି ଏକର ଏକର ଜମିରେ ହୋଇଥିବା ପରିବା ଚାଷ ନଷ୍ଟ କରିଥିବା ବେଳେ ଏହାକୁ ନେଇ ଗ୍ରାମର ଚାଷୀ ହତାସ ଓ ନିରାଶ ହୋଇ ପଡିଛନ୍ତି l ହାତୀ ପଲ ନିକଟସ୍ଥ ସଂରକ୍ଷିତ ଜଗଂଲରୁ ଆସି ଗାଁ ରେ ଉତ୍ପାତ କରିବା ସହ ଚାଷ ନଷ୍ଟ କରିଛନ୍ତି l ଚଳିତ ବର୍ଷ ଧାର କରଜ କରି ଏହି ଚାଷୀ ପରିବା ଚାଷ କରିଥିବା ବେଳେ ହାତୀ ପଲଙ୍କ ଦ୍ବାରା ଚାଷ ନଷ୍ଟ ହୋଇଥିବା ଯେlଗୁ ଚାଷୀ ସଂପୂର୍ଣ ଭାଗିଂ ପଡିଛନ୍ତି l ସୂଚନା ଯେlଗ୍ୟ ଏହି ଅଞ୍ଚଳ ରେ ବରଷ ସାରା ହାତୀ ଉପଦ୍ରବ ଲାଗି ରହୁଛିl ଖରିଫ ଋତୁରେ ହାତୀ ଏହି ଗାଁ ରେ ବ୍ୟାପକ ଧାନ ଫସଲ ନଷ୍ଟ କରିଥିଲେ lତେବେ ଏହାର ଭରଣା ପାଇଁ ଧାର କରଜ କରି ପରିବା ଚାଷ କରିଥିବା ଚାଷକୁ ହାତୀ ପୁଣି ଦଳି ଚକଟି ନଷ୍ଟ କରିବା ଯେlଗୁ ଗାଁ ର ଚାଷୀ ସଂପୂର୍ଣ ଭାଗିଂ ପଡିଛନ୍ତି lହାତୀ ପଲ ରାତି ସାରା ଗାଁ ରେ ଉପଦ୍ରଵ କରିବା ପରେ ସଂରକ୍ଷିତ ଜାଲି ଜଙ୍ଗଲକୁ ଫେରିଯାଇଥିବା ନେଇ ସୂଚନା lକେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।

/ March 23, 2025
No Comments