ଯୋଡ଼ା ଫ୍ଲାୟ ଓଭରବ୍ରିଜ ଉପରେ ଦୁର୍ଘଟଣା , ଗାଡ଼ି ଚାଳକ ମୃତ ।କେନ୍ଦୁଝର ଜିଲ୍ଲାର ଯୋଡା ଥାନା ଅନ୍ତର୍ଗତ ଦୁଇ ଟ୍ରକ ମୁହାଁମୁହିଁ ଧକ୍କାରେ ଡ୍ରାଇଭର ମୃତ ନେଇ ସୂଚନା। ସୂଚନା ଅନୁଯାୟୀ ଗତକାଲି ଯୋଡ଼ା ଥାନା ଅନ୍ତର୍ଗତ ମଧ୍ୟ ରାତ୍ରୀରେ ସୁନାନଦୀ ନିକଟବର୍ତ୍ତୀ ଫ୍ଲାୟ ଓଭରବ୍ରୀଜି ଉପରେ ଦୁର୍ଘଟଣାରେ ଜଣେ ଡ୍ରାଇଭର ଘଟଣା ସ୍ଥଳରେ ମୃତ ହୋଇଥିବା ନେଇ ସୂଚନା।ରଣାଶାଳ ଘାଟି ଦିଗରୁ ଏକ ଟ୍ରକ୍ ଦୃତ ଗତିରେ ଆସୁଥିବା ବେଳେ ସାମ୍ନା ପଟୁ ଆସୁଥିବା ଅନ୍ୟ ଏକ ଟ୍ରକ୍ କୁ ଧକ୍କା ଦେଇଥିବାବେଳେ, ଘଟଣା ସ୍ଥଳରେ ଜଣେ ଗାଡି ଚାଳକର ମୃତ୍ୟୁ ହୋଇଥିବା ନେଇ ସୂଚନା। ତେବେ ଘଟଣା ସ୍ଥଳରେ ଯୋଡ଼ା ପୋଲିସ୍ ପହଞ୍ଚି ଦୁଇ ଟ୍ରକ୍ ଜବତ କରିବା ସହ ଶବକୁ ବେବଚ୍ଛେଦ ପାଇଁ ପଠାଇବା ସହ ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଆରମ୍ଭ କରିଛି । କେନ୍ଦୁଝର ଜିଲ୍ଲାର ଏହି ଖଣି ଅଞ୍ଚଳରେ ଦିନକୁ ଦିନ ଦୁର୍ଘଟଣା ବଢ଼ିବାରେ ଲାଗିଛି ।ଏଭଳି ଦୁର୍ଘଟଣା କିଭଳି ରୋକାଯାଇ ପାରିବ ସେଥିଲାଗି ଆଞ୍ଚଳିକ ପ୍ରଶାସନର ନିଘା ନାହିଁ। ବାରମ୍ବାର ଏହିଭଳି ଦୁର୍ଘଟଣା ଘଟି ଜନଜୀବନ ନଷ୍ଟ ହେଉଥିବା ବେଳେ ଏହିଭଳି ଦୁର୍ଘଟଣା ଯୋଗୁ ସ୍ଥାନୀୟ ଅଞ୍ଚଳ ବାସିନ୍ଦା ମାନଙ୍କ ମଧ୍ୟରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି କରିଥିବା ଦେଖିବାକୁ ମିଳିଛି।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।