କଟକ – ୨୧ /୦୨ : ଆଜିଠୁ କଟକ ଜବାହରଲାଲ୍ ନେହରୁ ଇନ୍ଡୋର ଷ୍ଟାଡିୟମ୍ରେ ଜାତୀୟ ସିନିୟର କବାଡ଼ି ଚାମ୍ପିଅନ୍ସିପ୍ ଆରମ୍ଭ ହେବ । ଷ୍ଟାଡିୟମ୍କୁ ଆକର୍ଷଣୀୟ ଢଙ୍ଗରେ ସଜାଯାଇଛି ।ଉଦ୍ଘାଟନୀ କାର୍ଯ୍ୟକ୍ରମର ମାହୋଲରେ କମ୍ପିତ ଜବାହରଲାଲ୍ ନେହରୁ ଇନ୍ଡୋର ଷ୍ଟାଡିୟମ୍ । ପ୍ରତିଯୋଗିତାରେ ୩୦ଟି ରାଜ୍ୟ ଓ ୪ ବିଭାଗୀୟ ଦଳ ଅଂଶ ଗ୍ରହଣ କରିବେ।
ରାଜ୍ୟ, ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ୪୫୦ରୁ ଅଧିକ ପ୍ରତିଭାବାନ୍ ଖେଳାଳି ଏଥିରେ ଭାଗ ନେଉଛନ୍ତି । ୫୦ରୁ ଅଧିକ ପ୍ରୋ-କବାଡି ଖେଳାଳି ଏଥିରେ ରହିଛନ୍ତି । ସମସ୍ତ ଦଳର ପ୍ରଶିକ୍ଷକ, ପ୍ରବନ୍ଧକ ମାନଙ୍କ ସହ ପ୍ରତ୍ୟେକ ରାଜ୍ୟ କବାଡି ସଂଘର ସଭାପତି ଓ ସମ୍ପାଦକ ମାନେ ମଧ୍ୟ ଯୋଗଦେବେ ବୋଲି କହିଛନ୍ତି ଓଡ଼ିଶା କବାଡି ସଂଘର ସମ୍ପାଦକ ଅଜୟ ବେହେରା । ଉଦ୍ଘାଟନୀ ସନ୍ଧ୍ୟା ୫ ଘଟିକା ଠାରୁ ୭ ଘଟିକା ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।’ଆମ ଅସ୍ମିତା ଆମର ଗର୍ବ’ ନୃତ୍ୟ ପରିବେଷଣ କରିବେ ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବା ଫେଟ୍ ଫାଇଟର୍ସ ଗ୍ରୁପ ଓ ସାଥି । ଚଳିତ ବର୍ଷର ଥିମ୍ ସଙ୍ଗ୍ ପରିବେଷଣ କରି ଥିଲେ ସତ୍ୟଜିତ୍ ଓ ଆଶୁତୋଷ । ସମସ୍ତ ଦଳର ଆୟୋଜକ ମାନଙ୍କ ଦ୍ୱାରା ଜାତୀୟ ସିନିୟର୍ ଟ୍ରଫି ଉନ୍ମୋଚନ କାର୍ଯ୍ୟକ୍ରମ ଥିବା ବେଳେ ଚଳିତ ବର୍ଷ ଏକ ସ୍ୱତନ୍ତ୍ର ମାର୍ଚ୍ଚ ପାଷ୍ଟ୍ ଉପର ବାଲିଯାତ୍ରା ପଡିଆ ଠାରୁ ଇନ୍ଡୋର୍ ଷ୍ଟାଡିୟମ୍ ପର୍ଯ୍ୟନ୍ତ କରା ଯାଇଥିଲା । ଏହି ମାର୍ଚ୍ଚ ପାଷ୍ଟ୍ରେ ସମସ୍ତ ଦଳର ଖେଳାଳି ମାନେ ଅଂଶଗ୍ରହଣ କରି ଥିଲେ।