ନୂଆଦିଲ୍ଲୀ: ଗୁରୁବାର କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କୁ ଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ଅବସ୍ଥା ସ୍ଥିର ଅଛି ଏବଂ ତାଙ୍କୁ ଶୁକ୍ରବାର ଦିନ ଡିସଚାର୍ଜ କରାଯାଇପାରେ ବୋଲି ସୂଚନା ମିଳିଛି ।
ସାର୍ ଗଙ୍ଗାରାମ ହସ୍ପିଟାଲର ପରିଚାଳନା ବୋର୍ଡର ଅଧ୍ୟକ୍ଷ ଡାକ୍ତର ଅଜୟ ସ୍ୱରୂପଙ୍କ ଅନୁଯାୟୀ, ପେଟ ସମ୍ବନ୍ଧୀୟ ସମସ୍ୟା ଯୋଗୁଁ ତାଙ୍କୁ ଆଜି ଭର୍ତ୍ତି କରାଯାଇଥିଲା ।
ତଥାପି, ଚିନ୍ତା କରିବାର କିଛି ନାହିଁ ଏବଂ ତାଙ୍କୁ ଆସନ୍ତାକାଲି ସକାଳ ସୁଦ୍ଧା ଡିସଚାର୍ଜ କରାଯିବ ବୋଲି ଜଣାପଡ଼ିଛି । ସେ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ବିଶେଷଜ୍ଞ ଡାକ୍ତର ସମିରନ ନନ୍ଦୀଙ୍କ ତତ୍ତ୍ୱାବଧାନରେ ଅଛନ୍ତି ।ପୂର୍ବରୁ ସେପ୍ଟେମ୍ବର ୨୦୨୪ରେ ମଧ୍ୟ ସୋନିଆ ଗାନ୍ଧୀଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ସାର୍ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କୁ ସାମାନ୍ୟ ଜ୍ୱର ହୋଇଥିଲା ।ତେବେ ସୋନିଆ ଗାନ୍ଧୀ ଫେବୃଆରୀ ୧୩ ତାରିଖରେ ସଂସଦର ବଜେଟ୍ ଅଧିବେଶନ ସମୟରେ ରାଜ୍ୟସଭାରେ ଉପସ୍ଥିତଥିଲେ । ଫେବୃଆରୀ ୧୦ ତାରିଖରେ ସୋନିଆ ଗାନ୍ଧୀ ସରକାରଙ୍କୁ ଯଥାଶୀଘ୍ର ଜନଗଣନା ସାରିବାକୁ କହିଥିଲେ । ସେ ଦାବି କରିଥିଲେ ଯେ ଦେଶର ଲୋକମାନେ ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ସୁବିଧାରୁ ବଞ୍ଚିତ ଅଛନ୍ତି ।