ଜଳଧରଙ୍କ ପାଇଁ ପୋଖରୀ ଗାଧୁଆ ହେଲା ଶେଷ ଗାଧୁଆ।କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ରେ ଗାଧୋଇବାକୁ ଯାଇ ପୋଖରୀରେ ବୁଡି ବ୍ୟକ୍ତିଙ୍କ ମୃତ୍ୟୁ । ମୃତକ ଜଣକ ହେଲେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଚଉଠିଆ ଗ୍ରାମର ୫୫ ବର୍ଷିୟ ଜଳଧର ବାରିକ । ସୂଚନା ଅନୁଯାୟୀ ଜଳଧର ଗୁରୁବାର ମଧ୍ୟାହ୍ନ ସମୟରେ ଗାଁ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ, ମାତ୍ର ସେ ଅନେକ ସମୟ ପରେ ବି ଘରକୁ ନ ଫେରିବାରୁ ପରିବାର ଲୋକଙ୍କ ସନ୍ଦେହ ଜାତ ହୋଇଥିଲା । ଘର ଲୋକ ଯାଇ ପରେ ତାଙ୍କୁ ପୋଖରୀରୁ ଉଦ୍ଧାର କରି ଚମ୍ପୁଆ ଗୋଷ୍ଟି ସ୍ବାସ୍ଥ୍ୟକେନ୍ଦ୍ର କୁ ନେଇ ଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସୂଚନା ପାଇ ଚମ୍ପୁଆ ପୋଲିସ ଗୋଷ୍ଟି ସ୍ବାସ୍ଥ୍ୟକେନ୍ଦ୍ର ରେ ପହଞ୍ଚି ମୃତ ଦେହକୁ ଜବତ୍ କରି ଅଧିକ ତଦନ୍ତ ଚଳାଇଥିବା ନେଇ ସୂଚନା।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ

/ March 25, 2025
No Comments